ବେଜିଂ: ଚୀନରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ଏହି ମହାମାରୀ କୋରୋନାର ପ୍ରକୋପ ଏବେ ଭୟଙ୍କର ରୂପ ନେଇଛି । ଭାଇରସ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଥମିବାକୁ ନାଁ ନେଉ ନାହିଁ । କୋରୋନା ଯୋଗୁ ଚୀନରେ ବର୍ତମାନ ସୁଦ୍ଧା ୮୦୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାଇରସର ଉତ୍ପତି ହୋଇଥିବା ହୁଓ୍ବେଇରେ ଶନିବାର ୮୧ ଜଣଙ୍କର ମୃତ୍ୟୁ ହୋଇଛି ।
ଚୀନରେ ମହାମାରୀ କୋରୋନା ଦ୍ବାରା ବଢୁଥିବା ମୃତ୍ୟୁ ସଂଖ୍ୟା ୨୦୦୨-୨୦୦୩ର ବିଶ୍ବ ମହାମାରୀ ସିଭିୟର ଆକ୍ୟୁଟ ରେସପିରେଟୋରୀ ସିଣ୍ଡରମ ମୃତ୍ୟୁ ସଂଖ୍ୟାକୁ ମଧ୍ୟ ଟପିଯାଇଛି । ଝଇଜଝ ଭାଇରସ ଯୋଗୁଁ ୨୦୦୨-୨୦୦୩ରେ ୭୭୪ ଜଣଙ୍କର ମୃତ୍ୟୁ ହୋଇଥିଲା ।
ମହାମାରୀ କୋରୋନା ଭାଇରସର ଉତ୍ପତ୍ତି ସ୍ଥାନ ହୁଓ୍ବେଇରେ ନୂଆ ୨୧୪୭ ଆକ୍ରାନ୍ତ ମାମଲା ସ୍ପଷ୍ଟ କରିଛି ଚୀନ ସ୍ବାସ୍ଥ୍ୟ ଆୟୋଗ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟଙ୍କ ରିପୋର୍ଟ ଅନୁଯାୟୀ, ମୋଟ ୨୧ଟି ଦେଶ ଏହି ଭାଇରସକୁ ରୋକିବା ପାଇଁ ବେଜିଂକୁ ସହଯୋଗର ହାତ ବଢାଇଛନ୍ତି । ବର୍ତମାନ ସୁଦ୍ଧା ଏହି ଭାଇରସକୁ ରୋକିବା ପାଇଁ ସ୍ବତନ୍ତ୍ର ଔଷଧ ବାହାରି ନଥିବା ବେଳେ, ବିଶ୍ବରେ ଥିବା ସମସ୍ତ ସ୍ବାସ୍ଥ୍ୟ ବିଭାଗ ଏହାର ଉପଚାର ବାହାର କରିବା ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି । ସେପଟେ କୋରୋନା ଭାଇରସ ପ୍ରକୋପରେ ପ୍ରଭାବିତ ଚୀନକୁ ୧୦୦ ମିଲିୟନ ଡଲାରର ସହୟାତାର ହାତ ବଢାଇଛି ଆମେରିକା ।