କୋରୋନା ଭାଇରସ; ମୃତ୍ୟୁ ସଂଖ୍ୟା ଛୁଇଁଲା ୬୩୦

ବେଜିଂ: ଚୀନରେ ଧିରେ ଧିରେ କାୟା ବିସ୍ତାର କରିବାକୁ ଲାଗିଛି କୋରୋନା ଭାଇରସ । ଉହାନରୁ ଉତ୍ପତି ହୋଇଥିବା ଏହି ଭାଇରସ କବଳରେ ରହିଛି ସମଗ୍ର ଦେଶ । ଏହି ଭାଇରସ ଦ୍ବାରା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଥମିବାକୁ ନାଁ ନେଉ ନାହିଁ । କରୋନା ଯୋଗୁଁ ଏ ପର୍ଯ୍ୟନ୍ତ ୬୩୦ ଜଣଙ୍କର ମୃତ୍ୟୁ ହୋଇସାରିଥିବା ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ମହାମାରୀ କୋରୋନା ଭାଇରସର ଉତ୍ପତି ସ୍ଥାନ ହୁଓ୍ବେଇରେ ନୂଆ ୨,୪୪୭ ଆକ୍ରାନ୍ତ ମାମଲା ସ୍ପଷ୍ଟ କରିଛି ହୁୱେଇ ସ୍ବାସ୍ଥ୍ୟ ଆୟୋଗ । ତେବେ ଏହି ଭାଇରସ ଯୋଗୁଁ ମୋଟ ୨୨ ହଜାର ୧୧୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ହୁୱେଇର ରାଜଧାନୀ ଉହାନରେ ମୃତ୍ୟୁ ସଂଖ୍ୟା ଅଧିକ ଥିବା ରିପୋର୍ଟରେ କୁହାଯାଇଛି । ଗୁରୁବାର ଉହାନରେ ୬୪ ଜଣଙ୍କର ମୃତ୍ୟୁ ହୋଇଛି । ଏହିପରି ଉହାନରେଏ ପର୍ଯ୍ୟନ୍ତ ୪୭୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।