ଭଦ୍ରକ: ଚୀନରେ କୋରୋନା ଭାଇରସକୁ ନେଇ ବିଶ୍ୱବ୍ୟାପି ଚିନ୍ତାର କାରଣ ପାଲଟିଛି । ଏ ମଧ୍ୟରେ ଚୀନର ଏକ ଜାହାଜ ଧାମରା ବନ୍ଦରରେ ଲାଗିବା ପରେ ବନ୍ଦର କର୍ମଚାରୀଙ୍କ ମଧ୍ୟରେ କୋରୋନା ଭାଇରସକୁ ନେଇ କୋକୁଆ ଭୟ ଖେଳିଯାଇଛି । ଏହି ଜାହଜରେ ଚୀନର ଲୋକେ ଥିବାର ଆଶଙ୍କା କରିଛନ୍ତି ବନ୍ଦର କର୍ମଚାରୀ। ସେମାନେ ଭୟରେ କାମ କରୁଛନ୍ତି । ଏହାକୁ ବିରୋଧ କରିବାରୁ ଜାହାଜର ପତାକା କାଢ଼ି ଦିଆଯାଇଥିବା ଜଣାପଡ଼ିଛି । ଦୁଇଟି ଜାହାଜରେ ଆଇରନ ପ୍ଲେଟ୍ ଏବଂ କୋଇଲା ଭର୍ତି ହୋଇ ଆସିଥିବାର ସୂଚନା ମିଳିଛି ।
ସେପଟେ କୋରୋନାରୁ ବର୍ତି ଯାଇଛନ୍ତି ଜୟପୁର ଦମ୍ପତି । ଚୀନରେ କୋରୋନା ପାଇଁ ଆତଙ୍କ ଖେଳିଯାଇଥିବାବେଳେ ଏଥିରୁ ବର୍ତିଯାଇଛନ୍ତି ଜୟପୁର ଦମ୍ପତି । ଜୟପୁର ବକ୍ସିସାହିର ମାନସ ବକ୍ସି ଓ ତାଙ୍କ ସ୍ତ୍ରୀ ପ୍ରତିମା ସାହୁ ଚୀନରୁ ଫେରିଛନ୍ତି । ସେମାନେ ଚୀନର ସାମେନ ସିଟିରେ ରହୁଥିଲେ । ନୂଆବର୍ଷ ଛୁଟି ଯୋଗୁଁ ସେମାନେ ଜାନୁଆରି ୧୬ରୁ ଆସି ୧୭ରେ ପହଂଚିଥିଲେ । ଆଉ ବୁଲାବୁଲି ସାରି ୨୧ ତାରିଖରେ ସେମାନେ ଜୟପୁର ଫେରିଥିଲେ ।
ପରେ ଜଣାପଡ଼ିଥିଲା ଯେ ଚୀନରେ କୋରୋନା ଭାଇରସ ଆତଙ୍କ ଖେଳାଇଛି । ଏହି ଦମ୍ପତି ଫେବ୍ରୁଆରି ୯ତାରିଖରେ ଚୀନ ଫେରିବା ପାଇଁ ଟିକେଟ କରିଥିଲେ । ଭାରତ ସରକାର ପ୍ରବାସୀଙ୍କୁ ଚୀନ ଯିବା ପାଇଁ ବାରଣ କରିଥିବାରୁ ସେମାନଙ୍କର ଫେରିବା କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ତେବେ ସେମାନେ ଯେଉଁଠି ରହୁଛନ୍ତି ସେଠାରେ କୋରୋନାର ପ୍ରଭାବ ନଥିବା ଏହି ଦମ୍ପତି କହିଛନ୍ତି । କୋରୋନା ପ୍ରଭାବିତ ଉହାନରୁ ବହୁ ଦୂରରେ ଏମାନେ ଚୀନରେ ରହନ୍ତି ।