କୋରୋନା ଭାଇରସ୍‌: ୨୩୬୦ରେ ପହଂଚିଲା ମୃତକଙ୍କ ସଂଖ୍ୟା

ବେଜିଂ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ ଆତଙ୍କ ରୂପ ନେଇଛି । ଏହି ଭାରଇରସରେ ଆକ୍ରାନ୍ତ ହୋଇ ୨୩୬୦ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

କୋରୋନା ଭାଇସରରେ ୮ ଜଣ ମେଡିକାଲ ପ୍ରଫେସରଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୭୦୦ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି । ପେଙ୍ଗ ୟିନହୁଆ (୨୯) ନାମରେ ଜଣେ କନିଷ୍ଠ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ତାଙ୍କର ବିବାହ ନିର୍ଦ୍ଧାରିତ ହୋଇଥିଲା । ଯୁବ ଡାକ୍ତରଙ୍କୁ ଜାନୁଆରୀ ୨୫ରେ କୋରୋନା ସଂକ୍ରମଣ ସ୍ପର୍ଶ କରିବା ପରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି, ରାଜ୍ୟରେ କୋରୋନା ଭାଇରସ ସ୍ଥିତି ଅନିୟନ୍ତ୍ରିତ ହୋଇଛି । ଆରମ୍ଭରୁ ଏଯାଏଁ ରାଜ୍ୟରେ କୋରୋନା ଭାଇରସରେ କେବଳ ଚୀନରେ ୨ ହଜାର ୩୬୦ ଜଣଙ୍କ ମୃତ୍ୟୁ ହୋଇଛି । ୭୭ ହଜାର ୬୭୩ ଜଣ ସଂକ୍ରିମତ ଥିବା ବେଳେ ୧୨ ହଜାର ୧୭ ଜଣଙ୍କ ଅବସ୍ଥା ଗୁରୁତର ଅଛି ।

ସମଗ୍ର ବିଶ୍ୱରେ କୋରୋନା ଭାଇରସ ଯୋଗୁଁ ୨ ହଜାର ୩୬୦ ଜଣଙ୍କ ମୃତ୍ୟୁ ହୋଇଛି । ଚୀନ ବ୍ୟତୀତ ଅନ୍ୟ ଦେଶରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।  ହଂଗକଂଗ, ଦକ୍ଷିଣ କୋରିଆ, ଡାଇମଣ୍ଡ ପ୍ରିନ୍ସସେସରେ ୨ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଇରାନରେ ୪ ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ତାଇୱାନ, ଜାପାନ, ଫିଲିପାଇନ୍ସ, ଇଟାଲି ଏବଂ ଫ୍ରାନ୍ସରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି ।