କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି

ବେଜିଂ: ଚୀନରେ କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୪୨୫ରେ ପହଂଚିଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ହଜାର ୪ଶହକୁ ଅତିକ୍ରମ କରିଥିବା ଚୀନ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ।

କୋରୋନା ଭାଇରସ କେବଳ ଚୀନର ସମସ୍ୟା ନୁହେଁ । ଏହି ଭାଇରସର ବିଶ୍ୱରେ ସମସ୍ତେ ଭୟ କରୁଛନ୍ତି । ଏଥି ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ଚଳିତ ସପ୍ତାହରେ ଚୀନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ । ଅନ୍ତର୍ଜାତୀୟ ଟିମକୁ ପଠାଇବା ପାଇଁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ରାଜି ହୋଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ମୁଖପାତ୍ର ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ଚୀନର ଉହାନ ପ୍ରାନ୍ତରୁ ବ୍ୟାପୁଥିବା କୋରୋନା ଭାଇରସ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ସମଗ୍ର ବିଶ୍ବ ପାଇଁ ଉଦବେଗର ବିଷୟ ହୋଇଛି ।