ବିଜେଡି କର୍ମୀଙ୍କ ଯୁକ୍ତି : ମାନସ ପ୍ରାର୍ଥୀ ହେଲେ ଚିଲିକାରେ ଚମକିବ ଶଙ୍ଖ

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଚିଲିକା ବିଜେଡି କର୍ମୀ

ଖୋର୍ଧା : ଚିଲିକାରେ ବିଜେଡିରୁ କିଏ ଚମକିବ । ଯୁବ ପ୍ରାର୍ଥୀ ମାନସ ମଙ୍ଗରାଜଙ୍କୁ ମିଳିବ ଟିକେଟ ନା ପୁରୁଣା ମୁହଁ ରଘୁ ନାଥ ସାହୁଙ୍କୁ ପୁଣି ପ୍ରାର୍ଥୀ ହେବେ ତାକୁ ନେଇ ଚାଲିଛି ଚର୍ଚ୍ଚା । ହେଲେ ଚିଲିକାରେ ଏବେ ମାନସଙ୍କୁ ନେଇ ବିଜେଡିରେ ଏକ ନୂଆ କ୍ରେଜ ଦେଖିବାକୁ ମିଳିଛି । ଚିଲିକାର ମାନସଙ୍କ ସପକ୍ଷରେ ଜନମତ ବଢୁଥିବା କେତେ ଆଉ କ୍ରେଜ କେତେ ତାହା ଆଜି ନବୀନ ନୀବାସକୁ ଆସିଥିବା ଚିଲିକାର ଭୋଟରଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ସମସ୍ତେ କହୁଥିଲେ ଏଥର ଚିଲିକାରେ ଆମର ସ୍ୱଛ୍ ଓ ଯୁବ ପ୍ରାର୍ଥୀ ଦିଆଯାଉ । ବିଜେଡିରୁ ମାନସ ମଙ୍ଗରାଜ ପ୍ରାର୍ଥୀ ହେବା ଦରକାର । ମାନସ ବାବୁ ପ୍ର୍ରା୍ଥୀ ହେଲେ ଚିଲିକାରେ ବିଜେଡିକୁ କେହି ରୋକିପାରିବେ ନାହିଁ । ଏକଥା ଚିଲିକା ଭୋଟର କେବଳ ଗଣମାଧ୍ୟମରେ କହିନାହାନ୍ତି, ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଜଣାଇଛନ୍ତି ।

(ଫାଇଲ ଫଟୋ )

ଚିଲିକା ନିର୍ବାଚନ ମଣ୍ଡଳୀର ଆଜି ଶତାଧୀକ ବିଜେଡି କର୍ମୀ ନବୀନ ନିବାସରେ ପହଁଛିଥିଲେ । ସମସ୍ତଙ୍କ ମୁହଁରେ ଥିଲା ଚିଲିକାର ବିଜେଡିର ଯୁବ ନେତା ମାନସ ମଙ୍ଗରାଜଙ୍କ ପ୍ରସଂଶା । ସମସ୍ତେ ବିଜେଡି ସୁପ୍ରିମୋଙ୍କୁ ଭେଟି ଏଥର ରଘୁ ନାଥ ସାହୁଙ୍କୁ ନୁହେଁ ମାନସ ମଙ୍ଗରାଜଙ୍କୁ ଟିକେଟ ଦିଆଯାଉ ବୋଲି ଦାବି କରିଥିଲେ । ସେମାନଙ୍କ ଯୁକ୍ତି ଥିଲା ମାନସ ମଙ୍ଗରାଜ ପ୍ରାର୍ଥୀ ହେଲେ ଏଥର ବିଜେଡି ବିଜୟକୁ ଚିଲିକାରେ କେହି ରୋକିପାରିବେ ନାହିଁ । ରଘୁ ନାଥ ବାବୁ ଆଉ ଦଳୀୟ କର୍ମୀ କି ଲୋକମାନଙ୍କ ସହ ସଂପର୍କ ରଖି ନାହାନ୍ତି । କର୍ମୀଙ୍କୁ ୫ ବର୍ଷ ଧରି ଅଣଦେଖା କରିଛନ୍ତି । ଏବେ ଭୋଟ ଆସିଲାବେଳକୁ କର୍ମୀଙ୍କୁ ଖୋଜୁଛନ୍ତି । ଟିକେଟ ଲବି ଚଳାଇଛନ୍ତି । ତାଙ୍କୁ ଯଦି ଟିକେଟ ମିଳେ ତେବେ କର୍ମୀଙ୍କ ମନବଳ ଭାଙ୍ଗିବ ବୋଲି ସେମାନେ ସୁପ୍ରିମୋଙ୍କ ଆଗରେ କହିଥିବା ମଧ୍ୟ ଗଣମାଧ୍ୟମରେ କହିଛନ୍ତି ।

ଚିଲିକା ଆସନ ଏବେ ବିଜେପି ହାତରେ ଅଛି । ବିଜେପି ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ ଏଥର ନିର୍ବାଚନ ଲଢିବେନି ବୋଲି ଶୁଣାଯାଉଛି । ତାଙ୍କ ସ୍ଥାନରେ ତାଙ୍କ ପୁତୁରା ପୃର୍ଥୀରାଜ ହରିଚନ୍ଦନ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ଆଉ ଏଭଳି ସ୍ଥିତିରେ ବିଜେଡି ଯଦି ମାନସଙ୍କ ପରି ନିର୍ମଳ ଚେହେରାକୁ ମଇଦାନକୁ ଛାଡେ ତେବେ ବିଜେଡି ଏହି ଆସନ ଆଣିପାରିବ ବୋଲି କର୍ମୀ କହୁଛନ୍ତି ।
ଏହାବାଦ ରଘୁ ଯଦି ଟିକେଟ ପାଆନ୍ତି ତେବେ ଏହା ବିଜେଡି ପାଇଁ ଲାଭଦାୟକ ହେବ ନାହିଁ ବୋଲି କହିଛନ୍ତି ଦଳୀୟ କର୍ମୀ । ରଘୁଙ୍କ ବ୍ୟତୀତ ଅନ୍ୟ ଯେକୌଣସି ନେତାଙ୍କୁ ଦଳ ଟିକେଟ ଦେଲେ ଚିଲିକାରେ ଶଙ୍ଖ ଧ୍ୱନି ଶୁଭିବ ବୋଲି କହିଛନ୍ତି କର୍ମୀ । ଏନେଇ ଚିଲିକା ବିଜେଡିର ୧୦୦ରୁ ଅଧିକ ଦଳୀୟ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରଘୁଙ୍କୁ ବିରୋଧରେ ଫେରାଦ ହୋଇଛନ୍ତି ।

ଚିଲିକା ଆସନ ଏବେ ବିଜେପି ହାତରେ ଅଛି । ବିଜେପି ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ ଏଥର ନିର୍ବାାଚନ ଲଢିବେନି ବୋଲି ଶୁଣାଯାଉଛି । ତାଙ୍କ ସ୍ଥାନରେ ତାଙ୍କ ପୁତୁରା ପୃର୍ଥୀରାଜ ହରିଚନ୍ଦନ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ଆଉ ଏଭଳି ସ୍ଥିତିରେ ବିଜେଡି ଯଦ ମାନସଙ୍କ ପରି ନିର୍ମଳ ଚେହେରାକୁ ମଇଦାନକୁ ଛାଡେ ତେବେ ବିଜେଡି ଏହି ଆସନ ଆଣିପାରିବ ବୋଲି କର୍ମୀ କହୁଛନ୍ତି ।
ଏହାବାଦ ରଘୁ ଯଦି ଟିକେଟ ପାଆନ୍ତି ତେବେ ଏହା ବିଜେଡି ପାଇଁ ଲାଭଦାୟକ ହେବ ନାହିଁ ବୋଲି କହିଛନ୍ତି ଦଳୀୟ କର୍ମୀ । ରଘୁଙ୍କ ବ୍ୟତୀତ ଅନ୍ୟ ଯେକୌଣସି ନେତାଙ୍କୁ ଦଳ ଟିକେଟ ଦେଲେ ଚିଲିକାରେ ଶଙ୍ଖ ଧ୍ୱନି ଶୁଭିବ ବୋଲି କହିଛନ୍ତି କର୍ମୀ । ଏନେଇ ଚିଲିକା ବିଜେଡିର ୧୦୦ରୁ ଅଧିକ ଦଳୀୟ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରଘୁଙ୍କୁ ବିରୋଧରେ ଫେରାଦ ହୋଇଛନ୍ତି ।

ଗତବର୍ଷ କଂଗ୍ରେସର ହାତ ଛାଡି ଶଙ୍ଖ ଧରିଥିଲେ ମାନସ ମଙ୍ଗରାଜ । ଏପରିକି ମାନସଙ୍କୁ ମଧ୍ୟ ଦଳ ସାଧାରଣ ସଂପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା । ଖୁବ କମ ସମୟ ମଧ୍ୟରେ ମାନସଙ୍କୁ ବିଜେଡି କର୍ମୀ ଗ୍ରହଣ କରିନେଇଥିବା ବେଳେ ମାନସ ମଧ୍ୟ ଚିଲିକାରେ ବିଜେଡି ସଙ୍ଗଠନକୁ ମଜବୁତ୍ କରିବାକୁ କୌଣସି ସୁଯୋଗ ହାତଛଡା କରି ନାହାନ୍ତି । ଖାସ କରି ଯୁବ ବର୍ଗ ଓ ବୁଦ୍ଧିଜୀବି ମାନଙ୍କ ଭିତରେ ମାନସଙ୍କୁ ନେଇ କ୍ରେଜ ବି ୍ଧିକ ଦେଖିବାକୁ ମିଳିୁଛି । ତେବେ ବାସ୍ତବରେ ଚିଲିକାରେ ବିଜେଡି ପ୍ରାର୍ଥୀ ଉପର ହିଁ ନିର୍ଭର କରିବ ସିଟ କାହା ସପକ୍ଷରେ ଯିବ, ବିଜେପି ପୁଣି ଗେରୁଆ ପତାକା ଉଡେଇବ ନା ଶଙ୍ଖ ସ୍ୱର ଶୁଭିବ ।