ପିଲାଙ୍କ ସହ ଶିଶୁଦିବସ ପାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କ ଗହଣରେ ଶିଶୁ ଦିବସ ପାଳନ କରିଛନ୍ତି । ସକାଳେ ନବୀନ ନିବାସରେ ପୋଖରୀପୁଟ ଡିଏଭି ସ୍କୁଲର ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇବା ସହ ଅଫିସ ଯିବା ପୂର୍ବରୁ ପିଲାଙ୍କ ସହ କିଛି ସମୟ କାଟିଥିଲେ । ପରେ ସଂନ୍ଧ୍ୟାରେ “ଦି ୱିଶଡମ୍ ଟ୍ରି ଗ୍ରୋବାଲ” ସ୍କୁଲର ପିଲାମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

ପିଲାମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ବେଶ କିଛି ସମୟ ହସଖୁସିରେ କଟାଇଥିଲେ । ପରେ ମୁଖ୍ୟମନ୍ତ୍ରୀ ସ୍କୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହେଉଥିବା “ମିଶନ ପଲାଶ”ର ପୋଷ୍ଟର ଉନ୍ମୋଚନ କରିଥିଲେ । ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପଲାଶ ଚାରା ମଧ୍ୟ ଉପହାର ଦେଇଥିଲେ । ମିଶନ ପଲାଶ କାର୍ଯ୍ୟକ୍ରମରେ ଭୁବନେଶ୍ୱରରେ ବ୍ୟାପକ ପଲାଶ ଗଛ ଲଗାଯିବା ପାଇଁ କାର୍ଯ୍ୟକ୍ରମ ରହିଛି।