ଆନନ୍ଦପୁର: ଖେଳଣା ହେଲା କାଳ। ଆନନ୍ଦପୁର ଉପଖଣ୍ଡ ଅର୍ଜୁନବଣିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ମନୁ ନାୟକଙ୍କ ୪ ବର୍ଷର ପୁଅ ହରାଇଛି ଜୀବନ। ଘରେ ପ୍ଲାଷ୍ଟିକ ପେଁକାଳି ଧରି ଖେଳୁଥିବା ସମୟରେ ଖାଇଦେବାରୁ ଏଭଳି ଘଟିଛି। ଦୋକନରୁ ପେଁକାଳି ଆସିବା ପରେ ବହୁ ଖୁସିରେ ଫୁଙ୍କିବାରେ ଲାଗିଥିଲା ପୁଅ। ହେଲେ କିଏବା ଯାଣିଥିଲା ଏ ଖୁସିରେ କାହାର ନଜର ଲାଗିଯିବ ବୋଲି। ଆଉ ତାପରେ ହଠାତ ସବୁକିଛି ବଦଳିଗଲା। କିଛି ସମୟ ପରେ ତାକୁ ଅଚେତ ଅବସ୍ଥାରେ ଦେଖି ପରିବାର ଲୋକେ ଆନନ୍ଦପୁର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ପ୍ଲାଷ୍ଟିକ ପେଁକାଳିଟି ଗିଳି ଦେଇଥିବାରୁ ଶିଶୁଟିର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ହେଲେ ଏମିତି ଗୋଟିଏ ଘଟଣା ନୁହେଁ। ଖେଳନା ପାଇଁ ଘଟୁ ଅନେକ ଦୃଦୟ ବିଦାରକ ଘଟଣା। ତେବେ ଏଠି ଗୋଟିଏ ପ୍ରଶ୍ନ ଉଠୁଛି ଏମିତି କାହିଁ ? ଏହା ଛୁଆଙ୍କର ଦୋଷ ନା ପରିବାର ଲୋକଙ୍କର ? ଯଦି ଆମେ ଛୁଆଙ୍କ ଖୁସି ପାଇଁ ତାଙ୍କୁ ଖେଳନା ଦେଉଛେ ତାହାଲେ ଆମେ ସେଇ ଖେଳନା ଏବଂ ଛୁଆଙ୍କ ପ୍ରତି ସେତିକି ସାବଧାନ ଅବଲମ୍ବନ କରିବା ଉଚିନ। ନହେଲେ ଆସନ୍ତାକାଲି ଖେଳନା ପାଇଁ ଆଉ ଗୋଟିଏ କୋମଳ ଜୀବନ ଯିବା ଅସମ୍ଭବ ନୁହେଁ। କାରଣ ସେମାନେ ଅଜ୍ଞାନ ଶିଶୁ।
Next Post