ବାଲେଶ୍ୱରରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ବାଲେଶ୍ୱର: କୋଭିଡ ସ୍ଥିତି ସମୀକ୍ଷା କରିବା ପାଇଁ ଓଡିଶା ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବାଲେଶ୍ଵର ମେଡିକାଲରେ ପହଞ୍ଚି ସମୀକ୍ଷା କରିଛନ୍ତି । ଏହି ଟିମ ବାଲେଶ୍ଵର ଜ୍ୟୋତି କୋଭିଡ ହସ୍ପିଟାଲ ଓ ବାଲେଶ୍ଵର ମେଡିକାଲ କଲେଜ ଗସ୍ତ କରିଛନ୍ତି ।

ଏହାପରେ ବାଲେଶ୍ଵର ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ କୋଭିଡ ସ୍ଥିତିକୁ ନେଇ ବାଲେଶ୍ଵର ସର୍କିଟ ହାଉସରେ ସମୀକ୍ଷା କରାଯାଇଛି । ଜ୍ୟୋତି କୋଭିଡ ହସ୍ପିଟାଲରେ ଚିକିତ୍ସା ସୁବିଧାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ୧୦ଜଣ ନର୍ସଙ୍କ ତ୍ୱରିତ ନିଯୁକ୍ତି କରାଯାଇଛି । ଏହାସହ ବାଲେଶ୍ବରରେ ଅନ୍ୟ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିବା ନେଇ ସୂଚନା ଦିଆଯାଇଛି।

ଅସିତ ତ୍ରିପାଠୀଙ୍କ ସମେତ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ଡିଏମ୍ଇଟି ପ୍ରଫେସର ଡ଼ଃ ସି ବିକେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।