ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀମାନଙ୍କୁ ଆଡମିଟ୍ କରିବା ସହ ଚିକିତ୍ସା ଯୋଗାଇବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଉଛି । ଏ ମଧ୍ୟରେ ହଟସ୍ପଟ ଅଂଚଳରୁ ଆସୁଥିବା ରୋଗୀମାନଙ୍କୁ କେତେକ ଘରୋଇ ଡାକ୍ତରଖାନା ରୋଗୀଙ୍କୁ ଭର୍ତି କରିବା ସହ ଚିକିତ୍ସା ନ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ତେବେ ଏହି ଖବରକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ହସ୍ପିଟାଲ ଏବଂ କ୍ଲିନିକକୁ ଆସୁଥିବା ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ଦରକାର । ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀମାନଙ୍କୁ କେତେକ ଘରୋଇ ହସ୍ପିଟାଲ ଆଡମିଟ୍ କରିବା ନିମନ୍ତେ କୁଣ୍ଠାବୋଧ କରୁଥିବାର କଥା ସରକାରଙ୍କ ଦୃଷ୍ଟିକୁ ଆସିଛି ।

ଏପରି ରୋଗୀମାନଙ୍କୁ ତୁରନ୍ତ ଆଡମିଟ୍ କରି ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଘରୋଇ ହସ୍ପିଟାଲମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଉଲ୍ଲଂଘନ କଲେ ଆଇନ୍ ଅନୁଯାୟୀ ସଂପୃକ୍ତ ହସ୍ପିଟାଲବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।