କଟକ ଭୁବନେଶ୍ୱର ସ୍ଥିତ କୋଭିଡ ହସ୍ପିଟାଲକୁ ସାରା ରାଜ୍ୟରୁ ରୋଗୀ ଆସିପାରିବେ: ମୁଖ୍ୟ ଶାସନ ସଚିବ

ଉପଯୁକ୍ତ ହାକ୍ତରୀ ପରାମର୍ଶ ଓ ସହାୟତା ସହ ରୋଗୀ ପଠାଇବାପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ସ୍ଥିତ କୋଭିଡ ହସ୍ପିଟାଲକୁ କୋଭିଡ ରୋଗୀମାନଙ୍କୁ ପଠାଇବା ନିମନ୍ତେ ସରକାର ବାରଣ କରିନାହାନ୍ତି । ସରକାର ଟ୍ୱିନସିଟିରେ ସୃଷ୍ଟି କରିଥିବା ଚିକିତ୍ସା ସୁବିଦା ସାରା ରାଜ୍ୟର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ କହିଛନ୍ତି ।

ରୋଗୀମାନଙ୍କୁ ଉପଯୁକ୍ତ ଡାକ୍ତରୀ ପରାମଶ ଓ ଅମ୍ଳଜାନ ଆଦି ସହାୟତା ସହ କଟକ ଓ ଭୁବନେଶ୍ୱରର ରେଫରାଲ ହସ୍ପିଟାଲ ପଠାିବା ପାଇଁ ସରକାରୀ ନିର୍ଦ୍ଦୋଶନାମାରେ କୁହାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜଣେ ରୋଗୀ ଯେପରି ସୁରକ୍ଷିତ ଭାବେ ରେଫରାଲ ହସ୍ପିଟାଲରେ ପହଂଚି ପାରିବେ ସେ ବିଷୟରେ ବିଭାଗୀୟ ନିର୍ଦ୍ଦେଶନାମାରେ କୁହାଯାଇଛି । “କ୍ରିଟିକାଲ ଚିକିତ୍ସା” ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ଏହାର ଉଦ୍ଦେଶ୍ୟ । ଆସିଲାବେଳେ ଯେପରି ରୋଗୀଙ୍କର ଅମ୍ଳଜାନ ଅଭାବ ନ ହୁଏ, “ହାଇପକସିଆ” ନହୁଏ ଏସବୁ ବିଷୟରେ ଯତ୍ନବାନ ହେବା ପାଇଁ ଜିଲ୍ଲାସ୍ତରରେ କାର୍ଯ୍ୟରତ ଚିିକିତ୍ସକ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ କୁହାଯାଇଛି । ଆସିବାବେଳେ ରୋଗୀ ନିଜେ କି କି ସତର୍କତା ଅବଲମ୍ବନ କରିବା ଦରକାର ତାହା ମଧ୍ୟ ସମ୍ପୃକ୍ତ ଡାକ୍ତର ରୋଗୀଙ୍କୁ ସଠିକ୍ ଭାବେ ବୁଝାଇବେ । ରୋଗୀଙ୍କୁ ଉପଯୁକ୍ତ ପ୍ରାରମ୍ଭିକ ଚିକିତ୍ସା, ପରାମର୍ଶ ଓ ଉପଯୁକ୍ତ ବ୍ୟବସ୍ଥା ସହ ପଠାଇଲେ ରୋଗୀଙ୍କର ଅବସ୍ଥାରେ ବିଶେଷ ଅବନତି ହେବନାହିଁ ଏବଂ ତାଙ୍କ ଜୀବନ ରକ୍ଷାର ସମ୍ଭାବନା ବଢ଼ିବ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି ।