କନ୍ଧମାଳ ଜିଲ୍ଲା ପରିଦର୍ଶନରେ ମୁଖ୍ୟ ଶାସନ ସଚିବଙ୍କ ସହ ୫ଟି ସଚିବ

ଫୁଲବାଣୀ: ଆଜି ମୋ ସରକାର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ | ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ଓ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏଠାରେ ରୋଗୀଙ୍କୁ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିବା ସହ ଡାକ୍ତରଖାନାର ସମସ୍ୟା ବାବଦରେ ସମୀକ୍ଷା କରିଥିଲେ | ଏହାସହ ସିଡିଏମଙ୍କୁ କିପରି ରୋଗୀମାନେ ସମସ୍ତେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ସେ ନେଇ ପରାମର୍ଶ ଦେଇଥିଲେ |

ଏହାପରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଇଥିଲେ|ଏଠାରେ ସୂଚନା ଥାଉ କି ଦକ୍ଷିଣ ଓଡିଶା ଗସ୍ତରେ ଅଛନ୍ତି ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ । ତେବେ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ଗସ୍ତ ପୂର୍ବରୁ ରାତି ଅଧରେ ବୌଦ୍ଧ ମେଡିକାଲରେ ପହଁଚିଥିଲେ ବୌଦ୍ଧ ଜିଲ୍ଲାପାଳ ।

ଡାକ୍ତରଖାନାରେ କିପରି ଚାଲିଛି ଚିକିତ୍ସା ବ୍ୟବସ୍ଥା ଦେଖିବା ସହିତ ରୋଗୀଙ୍କ ସମସ୍ୟା ନେଇ ପଚାରି ବୁଝିଥିଲେ । ବୌଦ୍ଧ ପରେ ମୋ ସରକାର କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଗସ୍ତ କରିବେ ଫାଇପ୍ ଟି ସଚିବ, ମୁଖ୍ୟ ଶାସନ ସଚିବ ଏବଂ ଏନଆରଏଚଏମ୍ ନିଦେ୍ର୍ଦଶକ ଶାଳିନୀ ପଣ୍ଡିତ୍ । ଏହି କ୍ରମରେ ନୟାଗଡ ଜିଲ୍ଲାରେ କେମିତି ରହିଛି ଗ୍ରାଉଣ୍ଡ ଜିରୋରେ ସ୍ୱାସ୍ଥ୍ୟସେବାର ସ୍ଥିତି, ପରଖିବେ ଏହି ୩ ଜଣିଆ ଟିମ୍ ।