ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ

ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ । ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି, ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି ।

ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ । ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ ଯେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।