ମେଳା ବୁଲିଲେ, ଜିନିଷ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା ମିଶନ ଶକ୍ତି ମେଳାକୁ ଯାଇ ବୁଲିଲେ । ଏଥିସହ ସେଠାରେ ଗହଣା ବାକ୍ସ ଏବଂ ସବାଇ ଘାସରେ ତିଆରି ବ୍ୟାଗ କିଣି ପଇସା ମଧ୍ୟ ଦେଇଛନ୍ତି ।

ପରିଦର୍ଶନ ବେଳେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ନବୀନ ପ୍ରଶଂସା କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । କିଭଳି ଆଗାମୀ ଦିନରେ ଏହାର ଅଧିକରୁ ଅଧିକ ପ୍ରଚାର ପ୍ରସାର ହୋଇପାରିବ ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲେ ।

ଚଳିତ ଥର ମିଶନ ଶକ୍ତି ମେଳାରେ ୨୦୨ଟି ଷ୍ଟଲ ଲାଗିଛି, ଯେଉଁଥିରେ ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲ ଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ବିକ୍ରି ହେଉଛି । ଏଥିସହ ୧୨ଟି ଷ୍ଟଲରେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉଛି, ଯାହାକୁ ବୁଲି ଦେଖିବାକୁ ଆଜି ମୁଖ୍ୟମନ୍ତ୍ରୀ ଯାଇଥିଲେ ।