ରାଜ୍ୟପାଳଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର: ପଞ୍ଚଦଶ ଓଡିଶା ବିଧାନସଭାର କାର୍ଯ୍ୟକାଳ ୨୦୧୯ ଜୁନ ୧୧ରେ ଶେଷ ହେଉଥିବା ବେଳେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ରବିବାର ବିଜୁ ଜନତା ଦଳର ନିର୍ବାଚିତ ସଦସ୍ୟମାନେ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ଥର ପାଇଁ ବିଧାୟକ ଦଳ ନେତା ଚୟନ କରିଛନ୍ତି। ବୈଠକରେ ନବୀନ ସମସ୍ତ ନିର୍ବାଚିତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ତାଙ୍କ ସରକାର ଲୋକଙ୍କ ଆହୁରି ନିକଟତର ହେବ ବୋଲି କହିଛନ୍ତି।

ଅନ୍ୟ ପକ୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରବିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ୧୪୬ଟି ବିଧାନସଭା ଆସନରେ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କ ତାଲିକା ଦେଇଛନ୍ତି। ବିଜେଡି ସୁପ୍ରିମୋ ଇତି ମଧ୍ୟରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଜଣେଇବା ସହ ତାଙ୍କ ପ୍ରତି ସମର୍ଥନ ଥିବା ଦଲିଲ ମଧ୍ୟ ଉପସ୍ଥାପନ କରିଛନ୍ତି।