‘ମୋ ବିଦ୍ୟୁତ୍’‌ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅନ୍‌ଲାଇନ୍‌ରେ ପୈଠ କରିପାରିବେ ବିଦ୍ୟୁତ ଶୁଳ୍କ

ଭୁବନେଶ୍ବର : “ମୋ ବିଦ୍ୟୁତ୍”‌ ଆପ୍‌ର ଶୁଭାରମ୍ଭ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ‘ମୋ ବିଦ୍ୟୁତ୍‌’ ମୋବାଇଲ୍‌ ଆପ୍ ର ଲୋକାର୍ପଣ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ସୋମବାର ସନ୍ଧ୍ୟାରେ “ମୋ ବିଦ୍ୟୁତ୍”‌ ଆପ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫-ଟି ପଦକ୍ଷେପ ଅଧିନରେ ଆରମ୍ଭ କରାଯାଇଥିବା ଏହି ଆପ୍‌ ମାଧ୍ୟମରେ ଏଣିକି ଅନ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଜନସାଧାରଣ ବିଦ୍ୟୁତ୍‌ ବିଲ୍‌ ପୈଠ କରି ପାରିବେ। ଗ୍ରାହକମାନେ ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ଦେୟ ଦେଲେ ମିଳିବ ୨ % ରିହାତି। ଏହି ଆପ୍‌ ମାଧ୍ୟମରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଅଭିଯୋଗର ତୁରନ୍ତ ସାମଧାନ କରାଯାଇ ପାରିବ ।

Chief Minister naveen patnayak  Launches  MO BIDYUT Portal
ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଦ୍ୟୁତ ସେବା ବର୍ତ୍ତମାନ ମୋ ସରକାର ଅଧୀନରେ ଆସିବ। ରାଜ୍ୟବାସୀ ଏହି ଅନଲାଇନ ସେବାରୁ ଉପକୃତ ହେବେ। ଆଧୁନିକ ଯୁଗରେ ବିଦ୍ୟୁତ ବିନା ବଂଚିବା କଷ୍ଟକର ହୋଇପଡୁଛି। କାରଣ ଆଧୁନିକ ଜୀବନର ପ୍ରତ୍ୟେକ ଦିଗରେ ବିଦ୍ୟୁତର ପ୍ରଭାବ ଦେଖାଯାଉଛି। ଏହି ସେବା ଶୁଭାରମ୍ଭ ହେବା ଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉପଭୋକ୍ତାଙ୍କ ସମସ୍ୟାକୁ ଦୂର କରିବା ସହ ବିଭିନ୍ନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏହି ମୋବାଇଲ୍‌ ଆପ୍‌କୁ ବିକଶିତ କରାଯାଇଛି । ଏହି ଆପ୍ ଖୁବଶୀଘ୍ର ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ।

Chief Minister naveen patnayak  Launches  MO BIDYUT Portal