ଭୁବନେଶ୍ୱର: ଲକଡାଉନ ଅବଧି ଓ କରୋନା ଭୟବହତା ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମୁସଲିମଙ୍କ ରମଜାନ ମାସ । ଗତକାଲି ଚାନ୍ଦ ଦେଖିଲା ପରେ ଆଜିଠାରୁ ମୁସଲିମ ସଂପ୍ରଦାୟ ରିତୀନିତି ଅନୁଯାୟୀ ପାଳନ କରୁଛନ୍ତି ପବିତ୍ର ରମଜାନ ମାସ । ତେବେ ରମଜାନରେ ରାଜ୍ୟ ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Warm #Ramzan greetings to all Muslim brothers and sisters. May this Holy Month purify our thoughts and deeds and bless us with peace, prosperity and good health. May the Lord give us strength to defeat the #COVID19 pandemic. #StayHomeStaySafe pic.twitter.com/55blEX3UQI
— Naveen Patnaik (@Naveen_Odisha) April 25, 2020
ନବୀନ ଟ୍ୱିଟ କରି ଲେଖିଛନ୍ତି, ‘‘ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ରମଜାନର ଶୁଭେଚ୍ଛା । ଏହି ପବିତ୍ର ମାସ ଆମର ଚିନ୍ତାଧାରା ଏବଂ କାର୍ଯ୍ୟକୁ ଶୁଦ୍ଧ କରୁ ଏବଂ ଆମକୁ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତମ ସ୍ୱାସ୍ଥ୍ୟର ଆଶୀର୍ବାଦ ଦେଉ । ମହାମାରୀ କୋଭିଡ-୧୯କୁ ପରାସ୍ତ କରିବାକୁ ଭଗବାନ ଆମକୁ ଶକ୍ତି ଦିଅନ୍ତୁ ।’’
With intensive intervention and improved access to diagnosis and treatment, #Odisha has emerged as role model for the world in malaria eradication. On #WorldMalariaDay, pledge to intensify our efforts further to eliminate the killer sting completely. pic.twitter.com/13vJcqSTuE
— Naveen Patnaik (@Naveen_Odisha) April 25, 2020
ଅନ୍ୟପଟେ ଆଜି ବିଶ୍ୱ ମ୍ୟାଲେରିଆ ଦିବସ ହୋଇଥିବାରୁ, ସତେଚନତାର ବାର୍ତା ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ କରି ଲେଖିଛନ୍ତି, ‘‘ନିରନ୍ତର ପ୍ରୟାସ, ନିରାକରଣ ଏବଂ ଉନ୍ନତମାନର ଚିକିତ୍ସା ଦ୍ୱାରା ରାଜ୍ୟରୁ ମ୍ୟାଲେରିଆକୁ ବିଲୋପ କରିଥିବାରୁ ଓଡିଶା ସମଗ୍ର ବିଶ୍ୱ ପାଇଁ ଏକ ଆଦର୍ଶ ଭାବରେ ଉଭା ହୋଇଛି । ବିଶ୍ୱ ମ୍ୟାଲେରିଆ ଦିବସରେ ରାଜ୍ୟରୁ ବିଷାକ୍ତ ମ୍ୟାଲେରିଆ ମଶାଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ ଆମର ପ୍ରୟାସକୁ ଆହୁରି ଜୋରଦାର କରିବା ଆହ୍ୱାନ ଦେଉଛି ।’