ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି: ପାଣ୍ଡିଆନ

ବୀରମହାରାଜପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ବୀରମହାରାଜପୁର(ବ୍ୟୁରୋ): ଆଜି ବୀରମହାରାଜପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ଜୋରଦାର କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି ।ଓଡିଶାବାସୀଙ୍କୁ ନିଜ ପରିବାର ଭାବି ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କର କଥା କମ୍‌, କାମ ବେଶି ମାତ୍ର ବିରୋଧୀଙ୍କର କଥା ବେଶି, କାମ କମ୍‌ । ବନ୍ୟା, ମରୁଡି, ସୁଖ ଦୁଃଖ ସବୁଥିରେ ମୁଖ୍ୟମନ୍ତ୍ରୀ ଆପଣଙ୍କ ସାଥିରେ ଅଛନ୍ତି। କାମର ହିସାବ ଦିଅନ୍ତି, ସେବାରେ ବିଶ୍ବାସ କରନ୍ତି କିନ୍ତୁ ବିରୋଧୀ ଭୋଟ ପାଇଁ ଆସନ୍ତି, କାମ ପାଇଁ ନୁହେଁ ।

୫ ବର୍ଷରେ ଥରେ ଆସିବେ, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ କରିବୁ କହିବେ ଘୋଡା ଦେବୁ, ହାତୀ ଦେବୁ ମାତ୍ର ଭୋଟ ସରିଲେ ସବୁ ଭୁଲିଯିବେ । ୨ କୋଟି ଚାକିରୀ ଓ ଦୁଇ ଗୁଣ MSP କୁଆଡେ ଗଲା ? ଆଜି ଆସିବେ, ପୁଣି ମିଛ କହିବେ । ଓଡିଶା ଏକମାତ୍ର ରାଜ୍ୟ, ଯେଉଁଠି ୯୫ ପ୍ରତିଶତ କଲେଜ ପିଲା ବୃତ୍ତି ପାଉଛନ୍ତି, ଝିଅ ୧୦ ହଜାର, ପୁଅ ୯ ହଜାର ଅଛନ୍ତି ।ପାତଳୀ ଶ୍ରୀକ୍ଷେତ୍ର ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି  ବୀରମହାରାଜପୁରରେ ୩୦୦୦ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପର ସୁବିଧା ମଧ୍ୟ କରିଛନ୍ତି ।