ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ:ପୁରୀକୁ ବିଶ୍ୱ ଐତିହ୍ୟ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଯାଏଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଉଚ୍ଛେଦ ପ୍ରକ୍ର୍ରିିୟାକୁ ନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ବିସ୍ଥାପିତ ପରିବାର ପାଇଁ ୩ଟି ଇଚ୍ଛାଧିନ ସହାୟତା ରହିଛି। ସେଥି ମଧ୍ୟରୁ ସେମାନେ ଗୋଟିଏ ସହାୟତା ବାଛି ପାରିବେ। 

ପୁରୀର  ଭତ୍ତିମୂମି ବିକାଶ ଓ ନିରାପତ୍ତା ପାଇଁ ଜାରି ରହିଥିବା ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତଙ୍କୁ ବାସଗୃହ ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ମିଳିବ  । ଅଧିଗୃହିତ ଅଂଚଳରେ ଥିବା ଘର ପାଇଁ ସବୁ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁଁ ମୁଖ୍ୟମନ୍ତ୍ରୀ ପ୍ୟାକେଜରେ ଘୋଷଣା କରିଛନ୍ତି । ଉଚ୍ଛେଦ ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତରିତ ପରିବାରକୁ ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ହଜାର ଟଙ୍କା ମିଳିବ ।

ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଅଂଚଳରୁ ବିସ୍ଥାପିତ ପରିବାର ପାଇଁ ମଧ୍ୟ ଏହି ପ୍ୟାକେଜରେ ସାମିଲ କରାଯାଇଛି । ବିସ୍ଥାପିତ ଘର କିମ୍ବା ଜମି ପାଇବା ଯାଏଁ ଘର ଭଡ଼ା ମଧ୍ୟ ପ୍ରଦାନ କରାଯିବ। ବିସ୍ଥାପିତ ପରିବାର ଜମି, ଘର ପାଇବା ଯାଏଁ ସେମାନଙ୍କୁ ୧୦ହଜାର ଟଙ୍କା ମିଳିବ । ବିସ୍ଥାପିତ ପରିବାର ପାଇଁ ୩ଟି ଇଚ୍ଛାଧିନ ସହାୟତା ରହିଛି ।

୧. ଗୋଟିଏ ପରିବାର ଏକକାଳୀନ ୩୦ଲକ୍ଷ ଟଙ୍କା ସହାୟତା ନେଇପାରିବେ।

୨. ମନ୍ଦିରର ଦେଢ କିମି ମଧ୍ୟରେ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟର ଘର  କିମ୍ବା

୩     ଶ୍ରୀମନ୍ଦିରର ୨କିମି ଭିତରେ ୪୦X୨୫ ଫୁଟର ଜାଗା

ବିସ୍ଥାପିତ ପରିବାର ଏହି ତିନୋଟି ସହାୟତା ମଧ୍ୟରୁ ଯେ କୈାଣସି ଗୋଟିଏ ବାଛିପାରିବେ । ଏକାକାଳୀନ ସହାୟତା ନେଇଥିବା ପରିବାର ଘରଭଡ଼ା ପାଇବେ ନାହିଁ ।

ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମଧ୍ୟ ପରିବହନ ପାଇଁ ଏକାକାଳୀନ ୫୦ହଜାର ଟଙ୍କା  ପ୍ରଦାନ କରାଯିବ । ଏହା ସହ ଦୋକାନୀଙ୍କ ପାଇଁ ମଧ୍ୟ ଦୁଇ ପ୍ରକାର ସହାୟତା ରହିଛି ।

୧. ସାନ, ମଧ୍ୟମ, ବଡ଼ ଦୋକାନ ପାଇଁ ମାସିକ ୫,୧୦, ୧୦ହଜଚାର ଟଙ୍କା ଭଡ଼ା 

୨.ପୁରୀର ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଦୋକାନ ଉପଲବ୍ଧ  କରା ଯାଇ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯିବ

ରାଜ୍ୟ ସରକାର ଲଜ୍ ଅଧିଗ୍ରହଣ ପାଇଁ ମଧ୍ୟ ଏହି ପ୍ୟାକେଜ ଘୋଷଣା କରିଛନ୍ତି । ୧୫୦୦ ବର୍ଗଫୁଟରୁ ଅଧିକ ଲଜ୍ ପାଇଁ ପୁନର୍ବାସ ଥଇଥାନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ । ଏହା ସହ ୩ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍ ପାଇଁ ୧୦ଲକ୍ଷ ଟଙ୍କା ଘୋଷଣା କରାଯାଇଛି ।