ସୁବର୍ଣ୍ଣପୁରର ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ବ୍ୟୁରୋ):ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁର ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗତକାଲି ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟ ଘୋଷଣା କରିଥିଲେ ।ବୀରମହାରାଜପୁର ଏଥିରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ରେ ପହଞ୍ଚିଲା।ବୀରମହାରାଜପୁର ସୁବର୍ଣ୍ଣପୁର ଜିଲ୍ଲାର ସବଡିଭିଜନ ମୁଖ୍ୟାଳୟ ଅଟେ