ଭାରତୀୟ ନାଗରିକଙ୍କ ଉପରେ ପଡିବନି ସିଏଏର ପ୍ରଭାବ, ଏନସିଆରକୁ ସମର୍ଥନ କରୁନି ବିଜେଡି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶବ୍ୟାପୀ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ଲାଗି ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ସିଏଏର ପ୍ରଭାବ ଭାରତୀୟ ନାଗରିକଙ୍କ ଉପରେ ପଡିବନାହିଁ । ଏହା କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ସେ ଆହୁରି କହିଛନ୍ତି ଯେ, ଜାତୀୟ ଜନସଂଖ୍ୟା ପଞ୍ଜୀକରଣ(ଏନସିଆର)କୁ ବିଜେଡି ସମର୍ଥନ କରୁନାହିଁ । ଏନସିଆରକୁ ନେଇ ବିଜେଡି ଲୋକସଭା ଓ ରାଜ୍ୟସଭାରେ ତାର ଅଭିମୁଖ୍ୟ ସ୍ପଷ୍ଟ କରିଛି। ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଶାନ୍ତି ବଜାୟ ରଖନ୍ତୁ।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବାପରେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଛି। ବିଶେଷ କରି ଆସାମ, ପଶ୍ଚିମବଙ୍ଗ ଏବଂ ଦେଶର ଅନ୍ୟ ପ୍ରାନ୍ତରେ ଜଳାପୋଡ଼ା ଦେଖାଦେଇଛି।