ପୁଣି ନିରାଶ ହେଲେ ଚିଦମ୍ବରମ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇ ଦିଲ୍ଲୀର ତିହାର ଜେଲରେ ଥିବା ପୂର୍ବଚନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ହାଜତ ମିଆଦକୁ ଆଉ ୧୪ ଦିନ ପାଇଁ ବଢାଇଦେଇଛନ୍ତି । ଆସନ୍ତା ଅକ୍ଟୋବର ୧୭ ପର୍ଯ୍ୟନ୍ତ ସେ ତିହାରରେ ରହିବେ । ସିବିଆଇ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟା ତାଙ୍କୁ ଅଧିକ ଜେରା ପାଇଁ ହାଜତ ମିଆଦ ବଢାଇବାକୁ ଯୁକ୍ତି ରଖିଥିଲେ ।

ତେବେ ଚିଦମ୍ବରମଙ୍କୁ ଘରରନ୍ଧା ଖାଦ୍ୟ ପ୍ରଦାନ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଠିକ ରହୁନଥିବାରୁ ଘରରନ୍ଧା ଖାଦ୍ୟ ନିମନ୍ତେ ଅନୁମତି ଦେବାକୁ ଚିଦମ୍ବରମଙ୍କ ଓକିଲ କପିଲ ସିବଲ କୋର୍ଟଙ୍କ ଅନୁମତି ମାଗିଥିଲେ ।
ଗତ ୧୯ ତାରିଖରେ ସିବିଆଇ କୋର୍ଟ ଚିଦମ୍ବରମଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦେଇଥିଲେ । ଆଜି ତାଙ୍କର ହାଜତ ମିଆଦ ଶେଷ ହୋଇଥିଲା । ଗତ ଅଗଷ୍ଟ ୨୦ରେ ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିଥିଲା ।