୧୨ଟି ଦେଶରେ ବ୍ୟାପିଛି ଚିଦାମ୍ବରମଙ୍କ ସମ୍ପତ୍ତି: ଇଡି

ନୂଆଦିଲ୍ଲୀ :ଆଇଏନଏକ୍ସ ମିଡିଆ ଦୁର୍ନିତୀ ମାମଲାରେ ଇଡି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଯାଂଚ୍ କରୁଛି । ଏହି ଯାଂଚରେ ଇଙ୍ଗି ଚିଦାମ୍ବରମଙ୍କ ବୈଦେଶିକ ସମ୍ପତ୍ତି ବିଷୟରେ ଖୁଲାସା କରିଛି । ଇଙ୍ଗି ଦାବୀ କରିଛି କି, ଚିଦାମ୍ବରମ ସାଥୀ ଅଭିଯୁକ୍ତଙ୍କ ସହ ମିଶି ବିଦେଶରେ ସମ୍ପତ୍ତି ବିକ୍ରୀ କରୁଥିଲେ । ଯାଂଚ୍ କରିବା ପାଇଁ କଷ୍ଟଡି ବୃଦ୍ଧି କରିବାକୁ ଯାଂଚ୍ ସଂସ୍ଥା ସୁପ୍ରିମକୋର୍ଟଙ୍କ ନିକଟରେ ଏହି ଦଲିଲ ଉପସ୍ଥାପନ କରିଛନ୍ତି ।

ସୁପ୍ରିମକୋର୍ଟରେ ଦାୟର କରିଥିବା ଦଲିଲରେ ଇଡି କହିଛି କି, ବହୁ ଦେଶରେ ଚିଦାମ୍ବରଙ୍କ ବ୍ୟାଙ୍କ ଖାତା ରହିଛି । ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ବ୍ରିଟିଶ ବର୍ଜିନ ଆଇସଲ୍ୟାଣ୍ଡ, ଫ୍ରାନ୍ସ, ଗ୍ରୀସ୍, ମଲେଶିୟା, ମୋନାକୋ, ଫିଲିପାଇନ୍ସ, ସିଙ୍ଗାପୁର, ସାଉଥ ଆଫ୍ରିକା, ସ୍ପେନ, ଶ୍ରୀଲଙ୍କାରେ ଚିଦାମ୍ବରମ ଏବଂ ତାଙ୍କ ସାଥୀ ଅଭିଯୁକ୍ତମାନେ ବ୍ୟାଙ୍କ ଖାତା ଖୋଲିଛନ୍ତି । ସେଲ କମ୍ପାନୀ ଜରିଆରେ ଏହି ବ୍ୟାଙ୍କ ଖାତା ଗୁଡିକରେ ଦେଣନେଣ କାମ କରାଯାଉଥିଲା ବୋଲି ଇଡି ଦାବୀ କରିଛି ।

ଏହା ସହ ଚିଦାମ୍ବରମଙ୍କ ବେଲ ଯାଚିକାର ବିରୋଧ କରି ଇଡି ଅଭିଯୋଗ ଆଣିଛି କି, ଅଭିଯୁକ୍ତଙ୍କ ବିରୋଧରେ ଆମ ନିକଟରେ ମଜବୁତ ମାମଲା ରହିଛି । ଏହି ଆଧାରରେ ଆମେ ବେଲ ଯାଚିକାକୁ ବିରୋଧ କରୁଛୁ । ଅଭିଯୁକ୍ତ ଏବଂ ତାହାର ସାଥୀ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାକୁ ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ।