ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ରାୟପୁର: ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କାର୍ଡିଆକ ରୋଗରେ ପୀଡିତ ହୋଇ ସେ ରାୟପୁରର ନାରାୟଣା ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ । ଛତିଶଗଡର ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ । ସେ କାର୍ଡିଆକ ରୋଗରେ ପୀଡିତ ହେବାରୁ ମେ ୯ ତାରିଖରେ ସେ ମେଡିକାଲରେ ଭର୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭେଂଟିଲେଟର ସପୋର୍ଟରେ ରହିଥିଲେ ଅଜିତ୍ । ତେବେ ଆସନ୍ତାକାଲି ଜନ୍ମମାଟି ଗୌରେଲାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ଅଜିତଙ୍କ ପରଲୋକ ଖବର ତାଙ୍କ ପୁଅ ଅମିତ୍ ଯୋଗୀ ଟ୍ୱିଟ ଯୋଗେ ଜଣାଇଛନ୍ତି । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ୨୦୦୦ ମସିହାରୁ ୨୦୦୩ ନଭେମ୍ବର ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ ।