କେନ୍ଦୁଝର ଗସ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ; ମା’ ତାରିଣୀଙ୍କୁ କଲେ ଦର୍ଶନ

କେନ୍ଦୁଝର: ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଆଜି କେନ୍ଦୁଝର ଗସ୍ତରେ ଆସିଛନ୍ତି ।

ସେ ହେଲିପ୍ୟାଡରୁ ମନ୍ଦିର ଯାଇ ମା ତାରିଣୀଙ୍କୁ ଦର୍ଶନ କରିଛନ୍ତି। ତାଙ୍କୁ ସ୍ଵାଗତ ଜଣାଇବା ପାଇଁ ଘଟଗାଁ ମିନି ଷ୍ଟାଡିୟମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ତାଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ସୁରକ୍ଷା ଯାଂଚ ପାଇଁ କେନ୍ଦୁଝର ଜିଲ୍ଲାପାଳ ଓ ଏସପି ସେଠାରେ ଉପସ୍ଥିତ ଅଛନ୍ତି।