ବର୍ଣ୍ଣବୋଧ ପୋଡ଼ିକୁ ନିନ୍ଦା କଲେ ହଳଧର

ବରଗଡ଼ : କୋଶଲି ସାହିତ୍ୟ ଡଟ୍‌ ଇନ୍‌ ନାମକ ଫେସ୍‌ବୁୁକ୍‌ ପେଜ୍‌ରେ ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଅପ୍‌ଲୋଡ୍‌ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି,...

ବରଗଡ଼ : କୋଶଲି ସାହିତ୍ୟ ଡଟ୍‌ ଇନ୍‌ ନାମକ ଫେସ୍‌ବୁୁକ୍‌ ପେଜ୍‌ରେ ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଅପ୍‌ଲୋଡ୍‌ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତାଙ୍କ ପାଖରେ ଏକ ପୁରୁଣାକାଳିଆ ମୋବାଇଲ୍‌ ଅଛି। ସେଥିରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ସେ ଫେସ୍‌ବୁକ୍‌ କିମ୍ବା କୌଣସି ସୋସିଆଲ୍‌ ମିଡିଆ ସହ ଅବଗତ ନାହାନ୍ତି। କେଉଁ ଫେସ୍‌ବୁକ୍‌ ପେଜ୍‌ରେ ତାଙ୍କ ଫଟୋ ରହିବା କଥା ବି ସେ ଆଦୌ ଜାଣି ନାହାନ୍ତି। ସବୁ ଭାଷା ସମାନ। ସବୁ ଭାଷାର ମର୍ଯ୍ୟାଦା ରହିଛି। ଛବିଳ ବର୍ଣ୍ଣ‌େବାଧ ପଢ଼ି ହିଁ ସେ ଭାଷା ଶିଖିଛନ୍ତି। ବର୍ଣ୍ଣବୋଧ ପୋଡ଼ିବା ତ ଅପରାଧ, ତାହାର ଭିଡିଓ ଅପ୍‌ଲୋଡ୍‌ କରିବା ଆହୁତି ବଡ଼ ଅପରାଧ। ଏନେଇ ସେ ମେଲ୍‌ଛାମୁଣ୍ଡା ଥାନାରେ ଏତଲା ଦେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରୀ ସାହିତ୍ୟ ପରିଷଦର ଉତ୍ପନ୍ନ ଭୋଇ, ଧନପତି ମହାପାତ୍ର, ଡ. ସୁବାସ ମେହେର, ମୋହନ ସିଂ କହ୍ନେଇ, ଦ୍ୟୁତୀଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ହଳଧର ନାଗଙ୍କ ଏତଲା ଆଧାରରେ ମେଲ୍‌ଛାମୁଣ୍ଡା ପୁଲିସ୍‌ ଗାଇସିଲାଟ୍‌ ବ୍ଲକ ତାଲପଦର ଗାଁର ସାକେତ ଶ୍ରୀଭୂଷଣ ସାହୁଙ୍କୁ ଶୁକ୍ରବାର ଜେରା କରିଥିଲା। ପରେ ତାଙ୍କୁ ପୁଲିସ୍‌ ଛାଡ଼ି ଦେଇଥିବା ଜଣାପଡ଼ିଛି।

Spread the love
Categories
ଓଡିଶା

RELATED BY

  • ଓଡ଼ିଶାରେ ନକଲି ସାମ୍ପୁ

    ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର...
  • ମଙ୍ଗୁମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

    ପୁରୀ:ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ...
  • ନନ୍ଦନକାନନରେ ଅସୁସ୍ଥ ଦନ୍ତାହାତୀ ଚନ୍ଦନ ମୃତ

    ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ...
  • ବାଇକ୍‌ ଚାଳକକୁ ୨୨୫୦୦ ଟଙ୍କା ଜୋରିମାନା

    କଣ୍ଟାବାଞ୍ଜି : ବାଇକ୍‌କୁ ୨୨୫୦୦ ଟଙ୍କା ଜୋରିମାନା ହୋଇଛି। ଏପରି ସୂଚନା ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ। ୫ଟି ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍‌ ଚାଳକକୁ ଏହି ଜୋରିମାନା ହୋଇଛି। ଅନ୍ୟପକ୍ଷରେ ମଦ୍ୟପାନକୁ ବାଇକ୍‌ ଚାଳକ ଖଣ୍ଡନ...