ବଲିଉଡର ଆଉ ଜଣେ ସେଲିବ୍ରେଟି ହେଲେ କରୋନାର ଶିକାର

ମୁମ୍ବାଇ: ବଲିଉଡର ଗାୟିକା କନିକା କପୁର ଏବେ ସୁସ୍ଥ ହୋଇଥିବାବେଳେ ଆଉ ଜଣେ ସେଲିବ୍ରେଟି କରୋନାର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି । ଉକ୍ତ ସେଲିବ୍ରେଟି ଜଣଙ୍କ କନିକାଙ୍କ ବନ୍ଧୁ ବୋଲି ଜଣାଡିଛି ।ଏହି ମହିଳାଜଣକ ହେଲେ ‘ଚେନ୍ନାଇ ଏକ୍ସପ୍ରେସ’, ‘ଦିଲୱାଲେ’, ‘ହାପି ନ୍ୟୁ ଇୟର୍’ ଏବଂ ‘ରା ୱାନ୍’ ଭଳି ଫିଲ୍ମ ର ନିର୍ମାତା କରିମ ମୋରାନିଙ୍କ ଝିଅ ଶାଜା ମୋରାନି ।

ସେ କରୋନା ଭାଇରସ ରୋଗ ପାଇଁ ପରୀକ୍ଷା କରିଥିଲେ। ଶାଜାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ବର୍ତମାନ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ବର୍ତମାନ ସଙ୍ଗରୋଧରେ ଅଛନ୍ତି। ସେମାନଙ୍କର ବି ଖୁବ୍ ଶୀଘ୍ର କରୋନା ଭାଇରସ୍ ପାଇଁ ପରୀକ୍ଷା କରାଯିବ।

ଏହାକୁନେଇ ଶାହରୁଖ ଖାନଙ୍କ ଘନିଷ୍ଠ ବନ୍ଧୁ କରିମ ମୋରାନି ଏକ ନ୍ୟୁଜ ପୋର୍ଟାଲକୁ କହିଛନ୍ତି ଯେ ଏହା ସତ, କିନ୍ତୁ ଶାଜାଙ୍କର କୌଣସି ଲକ୍ଷଣ ନାହିଁ। ଏଥିସହ ସେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତି କରାଯାଇଛି।

ସୂଚନାଯୋଗ୍ୟ, ଶାଜା ‘ଅଲୱେଜ୍ କଭି କଭି’ ଏବଂ ‘ହାପି ନ୍ୟୁ ଇୟର୍’ ଭଳି ଚଳଚ୍ଚିତ୍ରରେ ସହକାରୀ ନିର୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି।