୫ଦିନର ଶିଶୁକନ୍ୟାଙ୍କୁ ଚେଙ୍ଖ ଦେଇଥିବା ଅଭିଯୋଗ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବାହ୍ମଣୀ ଥାନା ଅନ୍ତର୍ଗତ ତୁମରନ ଗାଁରେ ଜଣେ ଶିଶୁକନ୍ୟାକୁ ଚେଙ୍ଖ ଦିଆଯାଇଥିବା ଅଭିଯୋଗ ହୋଇଛି। ଜ୍ୱର ଭଲ ହେବା ପାଇଁ ଶିଶୁଟିକୁ ଚେଙ୍ଖ ଦିଆଯାଇଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା ଶିଶୁଟି ଜ୍ୱରରେ ପୀଡ଼ିତ ଥିଲା। ଜ୍ୱର ଭଲ ହେବା ପାଇଁ ଗତକାଲି ତାକୁ ଚେଙ୍ଖ ଦିଆଯାଇଥିଲା। ଚେଙ୍କ ଦେବା ପରେ ତା’ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଆଜି ସକାଳେ ତାକୁ ଆରଜିଏଚରେ ଭର୍ତ୍ତି କରାଯାଇଛି। ଶିଶୁଟିର ପେଟ,ଛାତି ଓ ପିଠିରେ ଚେଙ୍ଖ ଦିଆଯାଇଛି। ତା’ର ଅବସ୍ଥା ଏବେ ଭଲ ନ ଥିବା ଜଣାପଡିଛି ।