କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡ଼ି ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି। ୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଡିସିପି ପ୍ରତୀକ ସିଂଙ୍କ ସୂଚନା ।
ସୂଚନା ଅନୁଯାୟୀ, ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ କାମ ଚାଲିଥିବା ବେଳେ ସାଇଡ୍ ୱାଲ୍ ଭୁଶୁଡ଼ିଥିଲା ।
ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲସ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଥିଲେ। ପରେ ଘଟଣା ସ୍ଥଳରେ କଟକ ଜିଲ୍ଲାପାଳ ପହଞ୍ଚିଥିଲେ। ଘଟଣାର ତଦନ୍ତ କରାଯିବ। ଯେଉଁମାନେ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଥିଲେ।