ଛିଡୁନି ଛତିଗଡ ଅଙ୍କ, ମୁଖ୍ୟମନ୍ତ୍ରୀ ଦୈଡରେ ୩ ଦାବିଦାର,ରାହୁଲଙ୍କ ଇଶାରାକୁ ଅପେକ୍ଷା

ଛତିଶଗଡ଼ : ରାଜସ୍ଥାନ, ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ନେଇ ଅଙ୍କ ଛିଣ୍ଡିଲା, ହେଲେ  ଛତିଶଗଡ଼ ନେଇ ଏବେ ବି ଲାଗି ରହିଛି ସସ୍ ପେନ୍ସ। ମୁଖ୍ୟମନ୍ତ୍ରୀ ପଦ ନେଇ ୩ ଜଣଙ୍କ ନାଁ ସାମ୍ନାକୁ ଆସିଛି । ତାଲିକାରେ ଥିବା ଟିଏସ ସିଂହଦେଓ, ତାମ୍ରଧ୍ବଜ ସାହୁ, ଭୁପେଶ ବାଘେଲ ଏବଂ ଚରଣଦାସ ମହନ୍ତଙ୍କ ମଧ୍ୟରୁ କାହା ଉପରେ କଂଗ୍ରେସ ହାଇକମାଣ୍ଡ ଆସ୍ଥା ପ୍ରକଟ କରୁଛନ୍ତି ତାକୁ ଅପେକ୍ଷା ।

୧୫ ବର୍ଷ ପରେ ଛତିଶଗଡ଼ରେ କ୍ଷମତା ଅକ୍ତିଆର କରିବାକୁ ଯାଉଛି କଂଗ୍ରେସ । ହେଲେ କିଏ ହେବ ମୁଖିଆ ତାକୁ ନେଇ ୪ ଦିନ ଧରି ଲାଗି ରହିଛି ଘଣ୍ଟାଚକଟା । ମୁଖମନ୍ତ୍ରୀ ପଦପାଇଁ ଚାରି ଚାରିଜଣ ଦାବେଦାର। ଖୋଦ୍ କଂଗ୍ରେସ ହାଇକମାଣ୍ଡଙ୍କ ଉପସ୍ଥିତିରେ ତିନି ତିନି ରାଉଣ୍ଡ ଆଲୋଚନା ପରେ ବି ସ୍ପଷ୍ଟ ହୋଇପାରୁନି ଚିତ୍ର ।

ଟି.ଏସ୍. ସିଂହଦେଓ

ସବୁଠୁ ଆଗରେ ଅଛନ୍ତି ଟି.ଏସ୍. ସିଂହଦେଓ । ୨୦୧୩ରେ ନିର୍ବାଚନ ହାରିବା ପରେ କଂଗ୍ରେସ୍ ତାଙ୍କୁ ବିଧାୟକ ଦଳର ନେତା ଭାବେ ଦାୟିତ୍ବ ଦେଇଥିଲା । ଛତିଶଗଡ଼ କଂଗ୍ରେସକୁ ଏକଜୁଟ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଚଳିତ ନିର୍ବାଚନରେ ସେ ଦଳୀୟ ଇସ୍ତାହାର କମିଟିର ଅଧ୍ୟକ୍ଷ ରହି ସବୁ ବର୍ଗଙ୍କୁ ଛୁଇଁବା ପାଇଁ ପ୍ରୟାସ  କରିଥିଲେ । ଏହାସହ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ମଧ୍ୟ ଅତିପ୍ରିୟ ବୋଲି କୁହାଯାଉଛି ।

ଭୂପେଶ ବାଘେଲ

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଉ ଜଣେ ଦାବିଦାର ହେଉଛନ୍ତି ଭୂପେଶ ବାଘେଲ। ଭୂପେଶ ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ। କୁହାଯାଉଛି, ଦଳକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାରେ ଭୂପେଶଙ୍କର ମଧ୍ୟ ମୁଖ୍ୟ ଭୂମିକା ରହିଛି । ତାଙ୍କ ପଛରେ ଦଳୀୟ ସମର୍ଥନ ମଜଭୁତ ରହିଛି ।

ତାମ୍ରଧ୍ବଜ ସାହୁ

ତାଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ହେଉଛନ୍ତି ତାମ୍ରଧ୍ବଜ ସାହୁ । ସରଳ ସ୍ବଭାବର ତାମ୍ରଧ୍ବଜଙ୍କ ନାମକୁ ନେଇ ମଧ୍ୟ ଦଳରେ ଚର୍ଚ୍ଚା ଚାଲିଛି । କଂଗ୍ରେସର ଓବିସି ୱିଙ୍ଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାରୁ ତାଙ୍କ ପଛରେ ଏକ ବଡ଼ ଜନସମର୍ଥନ ରହିଛି । ୨୦୧୪ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସେ ଏବେ ସାଂସଦ ଅଛନ୍ତି । ଏହି ରାଜନେତାଙ୍କର ସାଙ୍ଗଠନିକ ଦକ୍ଷତା ମଧ୍ୟ ମଜଭୁତ ଥିବା କୁହାଯାଉଛି।

ଚରଣଦାସ ମହନ୍ତ

ସେହିପରି ସିଏମ୍ ରେସ୍‌ରେ ମଧ୍ୟ ଅଛନ୍ତି ଚରଣଦାସ ମହନ୍ତ