ପୁରୀ : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଶେଷ ହେବା ପରେ ଶ୍ରୀହୀନ ହୋଇଛି ତିନିରଥ । ପୁରୀରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ପାଇବା ପରେ ଆଜି ଠାରୁ ବିଧିବଦ୍ଧ ଭାବେ ରଥ ଭଙ୍ଗା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି ।
ଋଥଯାତ୍ରା ଶେଷ ହୋବ ପରେ ଆଜି ଠାରୁ ତିନି ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ପରମ୍ପରା ତଥା ନିୟମ ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥା ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଏହା ପରେ ବଡ଼ ଠାକୁର ହଳଧରଙ୍କ ତାଧ୍ୱଜ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ । ଏହି ରଥ ଭଙ୍ଗା କାର୍ଯ୍ୟରେ ଭୋଇ ସେବକ ନିୟୋଜିତ ଅଛନ୍ତି । ପ୍ରଥମ ପ୍ରସ୍ତୁତି ଚକ ନିର୍ମାଣରୁ ଆରମ୍ଭ ହେଉଥିବା ବେଳେ ରଥ ଭଙ୍ଗା ବେଳେ ଉପରି ଭାଗରୁ ଅର୍ଥାତ କଳସୀରୁ ଆରମ୍ଭ ହୋଇଥାଏ । ରଥ ଭଙ୍ଗାଯିବା ପରେ ରଥରେ ଥିବା ସିଂହାସନ ଓ ଅନ୍ୟାନ୍ୟ ସାମଗ୍ରୀ ଶ୍ରୀମନ୍ଦିରକୁ ନିଆଯାଏ । ରଥ ଭଙ୍ଗା ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରଖାଯାଇଛି ।