ଆଜିଠୁ ଚାରିଧାମ ଯାତ୍ରା ଆରମ୍ଭ

ଉତ୍ତରାଖଣ୍ଡ: ଜୁଲାଇ ୧ରୁ ଚାରିଧାମ ଯାତ୍ରା ଆରମ୍ଭ କରିଛନ୍ତି ଉତ୍ତରାଖଣ୍ଡ ସରକାର। ତେବେ ଏହି ଯାତ୍ରା କେବଳ ଉତ୍ତରପ୍ରଦେଶର ଲୋକଙ୍କ ପାଇଁ ଆରମ୍ଭ ହେଉଛି। ଦ୍ୱିତୀୟ ରାଉଣ୍ଡରେ ଅନ୍ୟ ରାଜ୍ୟମାନଙ୍କ ସହ କଥାବାର୍ତ୍ତା କରି ବାହ୍ୟ ଯାତ୍ରୀଙ୍କ ପାଇଁ ଏହି ଯାତ୍ରା ଆରମ୍ଭ ହେବ।

ଅନଲକ୍ ୧ରେ ଗୃହ ମନ୍ତ୍ରାଳୟ ଜୁନ୍ ୮ରୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଥିବା ବେଳେ ଚାରିଧାମ ଯାତ୍ରା ଆରମ୍ଭ ହୋଇନଥିଲା। ସରକାର କେବଳ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଦର୍ଶନ କରିବାକୁ ଅନୁମତି ଦେଇଥିଲେ। ବର୍ତ୍ତମାନ ଏହାର ପରିସର ବିସ୍ତାର କରି ଉତ୍ତରାଖଣ୍ଡର ଲୋକଙ୍କ ପାଇଁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ସରକାରଙ୍କ ଆଦେଶ ଅନୁଯାୟୀ, ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାର ଲୋକମାନେ ଆଜିଠାରୁ ଚାରି ଧାମ ଯାତ୍ରା କରିପାରିବେ। ମନ୍ଦିରଗୁଡ଼ିକ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ।

କ’ଣ ରହିଛି ନିୟମ?

  • ମନ୍ଦିର ପ୍ରଶାସନକୁ ସାମାଜିକ ଦୂରତାର ସମସ୍ତ ନିୟମ ପାଳନ କରିବାକୁ ପଡିବ।
  • ବଦ୍ରିନାଥ ଧାମ ସକାଳ ୭ଟାରୁ ୧୨ ଟା ଏବଂ ଅପରାହ୍ନ ୩ ଟାରୁ ୭ ଟା ପର୍ଯ୍ୟନ୍ତ ଖୋଲା ରହିବ।
  • ୧୨୦୦ ଲୋକଙ୍କୁ ଏକ ସମୟରେ ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ।
  • କୌଣସି ​​ଗୋଟିଏ ରାତିରୁ ଅଧିକ ରହିପାରିବେ ନାହିଁ।

କରୋନା ଓ ଲକଡାଉନ ପାଇଁ ଦେଶବ୍ୟାପି ସମସ୍ତ ମନ୍ଦିର ବନ୍ଦ ରହିଥିଲା। ଯଦିଓ କେଦାରନାଥ, ବଦ୍ରିନାଥ, ଗାଙ୍ଗୋତ୍ରି ଏବଂ ଯମୁନେତ୍ରି ଧାମର କବାଟ ନିର୍ଦ୍ଧାରିତ ସମୟରେ ଖୋଲା ଯାଇଥିଲା କିନ୍ତୁ କବାଟ ଖୋଲିବା ସମୟରେ କେବଳ ମନ୍ଦିର କମିଟି ସହିତ ଜଡିତ ଥିବା ଲୋକମାନେ ଉପସ୍ଥିତ ଥିଲେ।