ଭଦ୍ରକର ଚରମ୍ପା ଅଂଚଳରେ କର୍ଫ୍ୟୁ ଘୋଷଣା

ଭଦ୍ରକ: ଭଦ୍ରକ ଷ୍ଟେସନରେ ଆଜି ପ୍ରବାସୀ ଓଡ଼ିଆମାନେ ପହଂଚିବା ଯୋଗୁଁ, ଅପରାହ୍ନ ୨ ଟାରୁ ଚରମ୍ପା ରେ କର୍ଫ୍ୟୁ ଘୋଷଣା କରାଯାଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଭଦ୍ରକ ଷ୍ଟେସନରେ ଆଜିଠାରୁ କାଲି ମଧ୍ୟରେ ଏକାଧିକ ଟ୍ରେନରେ ଆସୁଥିବା ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ପହଂଚିବେ। ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଭଦ୍ରକ ଷ୍ଟେସନରେ ଆଜି ପ୍ରବାସୀ ଓଡ଼ିଆମାନେ ପହଂଚିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ  ପରୀକ୍ଷା କରାଯିବ। ଏଥିରେ ସ୍ଵାବ ଟେଷ୍ଟ କରିବା, ନାମ ପଞ୍ଜିକରଣ କରିବା, ନିଜ ନିଜ ଅଂଚଳକୁ ନେବା କାର୍ଯ୍ୟ ପ୍ରଶାସନ କରିବାକୁ ଯୋଜନା କରିଛି। ଅଧିକ ସଂଖ୍ୟକ ପ୍ରବାସୀ ଭଦ୍ରକ ଆସୁଥିବାରୁ ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନ ୨ ଟାରୁ ଚରମ୍ପା ଅଂଚଳରେ କର୍ଫ୍ୟୁ ଘୋଷଣା କରାଯାଇଛି। ଆସନ୍ତା କାଲି ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି।