ଚନ୍ଦ୍ରଯାନ-୨ର ୧୦ ଦିନ ମଧ୍ୟରେ ପୁନଃ ଉତକ୍ଷେପଣ ପାଇଁ ଯୋଜନା

ଚନ୍ଦ୍ରଯାନ-୨ ତ୍ରୁଟିକୁ ନେଇ ଚାଲିଛି ତର୍ଜମା

ନୂଆଦିଲ୍ଲୀ : ବୈଷୟିକ ତ୍ରୁଟିକୁ ନେଇ ଚନ୍ଦ୍ର ଅଭିଯାନ ଲକ୍ଷ୍ୟରେ ଗତକାଲି ଉତ୍କ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ୨କୁ ଗତକାଲି ସ୍ଥଗିତ ରଖାଯାଇଥିଲା ବେଳେ ଏହାର ତ୍ରୁଟି ସମ୍ପର୍କରେ ସେମାବାର ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ତର୍ଜମା ଆରମ୍ଭ ହୋଇଛି । ରବିବାର ରାତି ୨ଟା ୫୧ ମିନିଟ୍ରେ ଜିଏସ୍ଏଲଭି ମାର୍କ-୩ ରକେଟ୍ ଯୋଗେ ଏହାକୁ ଉତ୍କ୍ଷେପଣ କରିବା ପାଇଁ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା । ଏପରିକି ସକାଳ ୬ଟା ୫୧ ମିନିଟ୍ରୁ କାଉଂଟ ଡାଉନ୍ ମଧ୍ୟ ଆରମ୍ଭ ହୋଇସାରିଥିଲା । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ଭାରତର ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ସଫଳତାକୁ ଚାହିଁ ବସିଥିବା ବେଳେ ଉତ୍କ୍ଷେପଣର ମାତ୍ର ୫୬ ମିନିଟ୍ ପୂର୍ବରୁ ଜିଏସ୍ଏଲଭି ମାର୍କ-୩ ରକେଟ୍ରେ ଇନ୍ଧନଜନିତ ସମସ୍ୟା ଦେଖାଯାଇଥିବାରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା । ରକେଟ୍ରେ ଇନ୍ଧନ ଭର୍ତ୍ତି ହୋଇସାରିଥିଲେ ମଧ୍ୟ କାହିଁକି ସମସ୍ୟା ଉପୁଜିଲା ତାହାକୁ ନେଇ ଇସ୍ରୋ ବୈଜ୍ଞାନିକମାନଙ୍କ ପକ୍ଷରୁ ତଥ୍ୟଭିତ୍ତିକ ତର୍ଜମା ଆରମ୍ଭ ହୋଇଛି । ଆଗାମୀ ୧୦ ଦିନ ମଧ୍ୟରେ ଏହାର ପୁନଃ ଉତ୍କ୍ଷେପଣ ପାଇଁ ଯୋଜନା କରାଯାଉଥିଲେ ହେଁ ଉତ୍କ୍ଷେପଣର ନିର୍ଦ୍ଦିଷ୍ଟ ଦିନାଙ୍କ ସମ୍ପର୍କରେ ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇ ନାହ୍ଁ ।