ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨

ଶ୍ରୀହରିକୋଟା:ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପାଇଁ ମଙ୍ଗଳବାର ଆସିଛି ଖୁସି ଖବର  । ବହୁ ପ୍ରତିକ୍ଷାର ଅନ୍ତପରେ ଭାରତୀୟ ଉପଗ୍ରହ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର କକ୍ଷପଥରେ ପ୍ରବେଶ କରିଛି । ସକାଳ ୯ଟା୨ ମିନିଟ୍‌ରେ ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଟର କକ୍ଷ ପଥକୁ ପ୍ରବେଶ କରିବା ପରେ ପରିକ୍ରମ ଆରମ୍ଭ କରିଥିବା ସୂଚନା ଦିଆଯାଇଛି । ତେବେ ଏ ନେଇ ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପାରନ୍ତି ।

ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର କକ୍ଷପଥରେ ପହଞ୍ଚିବା ପରେ ଇସ୍ରୋ ପୃଷ୍ଠ ଭିତରେ ସ୍ପେସକ୍ରାଫ୍ଟରେ ୪ ଥର (ଅଗଷ୍ଟ ୨୧, ୨୮ ଓ ୩୦ ଏବଂ ସେପ୍ଟେମ୍ବର ୧) ପରିକ୍ରମା କରିବ । ଏହା ପରେ ଲ୍ୟାଣ୍ଡର ଗ୍ରୋଭର ଚନ୍ଦ୍ରଯାନଠାରୁ ଅଲଗା ହେବ । ଏହା ପରେ ଚନ୍ଦ୍ରର ଧୃବ ଉପର ଦେଇ ୧୦୦ କିଲେମିଟର ଦୂର ନିଜର ଅନ୍ତିମ ଲକ୍ଷ୍ୟସ୍ଥଳରେ ପହଂଚିବ । ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।