ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ

ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ବନ୍ଦୀ ସଞ୍ଜୟ କୁମାରଙ୍କ ସମେତ ବହୁ ନେତା ଯୋଗ ଦେଇଛନ୍ତି ।

ଅମିତ ଶାହା ଏବଂ ଜେପି ନଡ୍ଡା ଏହି ସମାରୋହରେ ଯୋଗ ଦେବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ହାଇଦ୍ରାବାଦରେ ପହ୍ଚିଥିଲେ । ଚନ୍ଦ୍ରବାବୁ ନାଇଡୁ ବିଜୟୱାଡ଼ା ଉପକଣ୍ଠ କେସରାପଲ୍ଲୀର ଗନ୍ନାଭରମ୍ ବିମାନବନ୍ଦର ସମ୍ମୁଖ ମେଧା ଆଇଟି ପାର୍କ ନିକଟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ସାଉଥ ସୁପରଷ୍ଟାର ଚିରଞ୍ଜିବୀ, ରଜନୀକାନ୍ତ ପ୍ରମୁଖ ସାଉଥ କଳାକାର ଉପସ୍ଥିତ ରହିଛନ୍ତି ।

ଏହା ପୂର୍ବରୁ ମଙ୍ଗଳବାର ଟିଡିପି ଏବଂ ଏନଡିଏ ବିଧାୟକମାନେ ନାଇଡୁଙ୍କୁ ନିଜର ନେତା ଭାବେ ନିର୍ବାଚିତ କରିଥିଲେ । ରାଜ୍ୟପାଳ ଏସ୍ ଅବଦୁଲ ନଜିର ମଙ୍ଗଳବାର ନାଇଡୁଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ । ପରେ ନାଇଡୁ ରାଜଭବନରେ ନାଜିରଙ୍କୁ ଭେଟିଥିଲେ।

ନାଇଡୁଙ୍କ ସହ ଜନସେନା ମୁଖ୍ୟ ପୱନ କଲ୍ୟାଣ ଏବଂ ଏହାର ବରିଷ୍ଠ ନେତା ଏନ୍ ମନୋହର, ନାଇଡୁଙ୍କ ପୁଅ ନାରା ଲୋକେଶ ଏବଂ ଟିଡିପିର ଆନ୍ଧ୍ରପ୍ରଦେଶ ନେତା ଅଚେନ୍ ନାଇଡୁ ଶପଥ ନେଇଛନ୍ତି । ଆନ୍ଧ୍ରପ୍ରଦେଶ ବିଧାନସଭାରେ ୧୭୫ ଟି ଆସନ ରହିଛି ।