ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଭୂପିନ୍ଦର ସିଂହ ହୁଡା

ଚଣ୍ଡୀଗଡ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନରତା ଭୂପେନ୍ଦ୍ରର ସିଂହ ହୁଡା ରୋହତକରେ ଆୟୋଜିତ ପରିବର୍ତ୍ତନ ରାଲିରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହା ସହ ସେ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଏବଂ ନିର୍ବାଚନୀ ସମ୍ବନ୍ଧିତ ପ୍ରସ୍ତୁତି ପାଇଁ ୩୩ ସଦସୀୟ କମିଟି ଗଠନ କରିବା ପାଇଁ ଘୋଷଣା କରିଛନ୍ତି । ଏହି କମିଟିରେ କଂଗ୍ରେସର ୧୦ ବିଧାୟକ ଏବଂ ପାର୍ଟିର ବରିଷ୍ଠ ନେତାଙ୍କୁ ସ୍ଥାନ ଦିଆଯାଇଛି । ଏହି ନେତାମାନେ ହୁଡାଙ୍କ ନିକଟସ୍ଥ ବୋଲି କୁହାଯାଉଛି ।

ସେହି ସମୟରେ ପ୍ରଦେଶ କଂଗ୍ରେସ ପ୍ରମୁଖ ଅଶୋକ ତମ୍ବର ହୁଡାଙ୍କର ଏଭଳି କମିଟି ଗଠନ କରିବା ଘୋଷଣାକୁ ଘୋର ଅନୁଶାସନହୀନତା କହି ଆକ୍ଷେପ କରିଛନ୍ତି । ହୁଡା ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ସହ ତମ୍ବରଙ୍କୁ ପ୍ରଦେଶ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ କହିଛନ୍ତି । ତେବେ କଂଗ୍ରେସ ପକ୍ଷରୁ ଏଯାଏଁ କୌଣସୀ ନିଷ୍ପତ୍ତି ନିଆଯାଇ ନାହିଁ । 

ଭୂପିନ୍ଦର ସିଂହ ହୁଡା ପୂର୍ବତନ ମନ୍ତ୍ରୀ ହରମୋହିନ୍ଦର ସିଂହ ଚଠାଙ୍କୁ ୩୩ ସଦସୀୟ କମିଟିର ଅଧ୍ୟକ୍ଷ ଘୋଷଣା କରିଛନ୍ତି । ସେହି ସମୟରେ ହୋଡଲ ବିଧାୟକ ଉଦୟଭାନଙ୍କୁ ଏହାର ସଂଯୋଜକ ଭାବରେ ନିଯୁକ୍ତ କରାଯାଇଛି । ଏତଦ୍ ବ୍ୟତୀତ ହରିୟାଣା ବିଧାନସଭାର ଦୁଇ ପୂର୍ବତନ ଅଧ୍ୟକ୍ଷ କୂଳଦୀପ ଶର୍ମା ଏବଂ ଡଃ ରଘୁବୀର ସିଂହ କାଦିୟାନଙ୍କୁ ମଧ୍ୟ କମିଟିରେ ସ୍ଥାନ ଦିଆଯାଇଛି । ଗୀତା ଭୁକ୍କଲ, ଆନନ୍ଦ ସିଂହ ଡାଙ୍ଗୀ, କୃଷ୍ଣ ହୁଡା, କରଣ ସିଂହ ଦଲା, ଜଗବୀର ମଲିକଙ୍କ ଭଳି ନେତା ସାମିଲ ଅଛନ୍ତି ।