ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କୁ କରୋନା

ଭୁବନେଶ୍ୱର: କରୋନା କବଳରେ ଶାସକ ଦଳର ଆଉ ଜଣେ ବିଧାୟକ । ରବିବାର ଶାସକ ଦଳର ଦେବୀ ପ୍ରସାଦ ମିଶ୍ର କରୋନା ପଜିଟିଭ ବାହାରିବା ପରେ ଆଜି ଚାନ୍ଦବାଲି ବିଧାୟକ ଡକ୍ଟର ବ୍ୟୋମକେଶ ରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ବିଧାୟକ ଟୁଇଟ କରି ସୂଚନା ଦେଇଛନ୍ତି ।

chandbali-mla-dr-byomkesh-ray-tests-positive-for-covid-19

ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ସୂଚନା ଦେବା ସହ ବନ୍ୟା ପ୍ରପୀଡିତଙ୍କ ସେବା ନକରିବାରୁ ଦୁଃଖ ପ୍ରକାଶ କରିଛନ୍ତି ।