କାଲି ଚନ୍ଦ୍ରଗ୍ରହଣ, ଅପରାହ୍ନ ୪ଟା ୩୦ରୁ ପାକତ୍ୟାଗ ଓ ଦେବନୀତି ମନା

ଭୁବନେଶ୍ୱର : କାଲି ( ମଙ୍ଗଳବାର ) ଜୁଲାଇ ୧୬ରେ ଚନ୍ଦ୍ରଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣ ରାତି ୧.୩୨ରୁ ଆରମ୍ଭ ହୋଇ ୪.୩୧ ଯାଏଁ ରହିବ । ଏହି ଚନ୍ଦ୍ରଗ୍ରହଣର ମଧ୍ୟକାଳ ୩.୦୮ । ଗୁରୁପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଛି । ଏହି ଚନ୍ଦ୍ରଗ୍ରହଣ ପାଇଁ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଦେବନୀତିକୁ ନିଷେଧ କରାଯାଇଥାଏ । ଅର୍ଥାତ ମଙ୍ଗଳବାର ଦିନ ଅପରାହ୍ନ ୪ଟା ୩୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି । ଏହି ନିଷେଧ ସମୟ ଜୁଲାଇ ୧୭ ତାରିଖ ସକାଳ ୪ଟା ୪୦ରେ ସରିବ । ଏହି ସମୟ ପରେ ଆପଣ ପୁଣି ସ୍ନାନ ପରେ ପୂଜାବିଧି କରିପାରିବେ ।