ପୂଜା ଚାନ୍ଦା ମାଗିଲେ ବାନ୍ଧିବ ପୋଲିସ, ଆଡଭାଇଜରି ଜାରି କଲେ ଡିଜିପି

ଭୁବନେଶ୍ବର  :    ରାଜ୍ୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ଲାଗିଲା ଲଗାମ।  ସାଧାରଣ ଲୋକଙ୍କଠାରୁ ପୂଜା ପାର୍ବଣ ନାଁରେ କେହି ଆଦାୟ କରିପାରିବେନି ଚାନ୍ଦା। କୌଣସି ସ୍ଥାନରେ ଜୁଲୁମ କରି ଚାନ୍ଦା ଆଦାୟର ଅଭିଯୋଗ ଆସିଲେ  ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଏଥିନେଇ ଆଡଭାଇଜରି ଜାରି ରାଜ୍ୟ କରିଛି ପୋଲିସ । ଏନେଇ ପୋଲିସ ଡିଜି ନିର୍ଦେଶ ନାମା ଜାରି କରିଛନ୍ତି । ଆଡଭାଇଜରୀକୁ ସବୁ ଏସପିଙ୍କୁ ପଠାଯିବା ସହ ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟର ସମସ୍ତ ଏସପି ମାନଙ୍କୁ ନିର୍ଦେଶ ଦେଇଛନ୍ତି ଡିଜିପି ।