ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ଇମ୍ପାକ୍ଟ ଲିଡର ପୁରସ୍କାର

ଭୁବନେଶ୍ୱର : ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ‘ଭାରତର ଶ୍ରେଷ୍ଠ ୧୦ ଇମ୍ପାକ୍ଟ ଲିଡର’ ଭାବରେ ସମ୍ମାନିତ କରାଯାଇଛି।ଇଣ୍ଡିଆ ସିଏସଆର ନେଟୱାର୍କ ଦ୍ୱାରା ଜାନୁଆରୀ 16, 2021ରେ ଆୟୋଜିତ ହୋଇଥିବା ‘ଇଣ୍ଡିଆ ସିଏସଆର ନେତୃତ୍ୱ ସମ୍ମିଳନୀ – 2021’ରେଶ୍ରୀମତୀ ଜିନ୍ଦଲଙ୍କୁକୋଭିଡ-19 ମହାମାରୀ ସମୟରେ ତାଙ୍କର ଅବଦାନ ପାଇଁଏହି ସମ୍ମାନପ୍ରଦାନ କରାଯାଇଛି।

ଏହି ପୁରସ୍କାର ଗ୍ରହଣ କରି ଶ୍ରୀମତୀ ଜିନ୍ଦଲ କହିଛନ୍ତିଯେ, “ଆମେ ଜେଏସପିଏଲ ଫାଉଣ୍ଡେସନରେ ଭାରତ ନିର୍ମାଣ ଏବଂ ଜୀବନକୁ ସଶକ୍ତିକରଣ କରିବାରେ ବିଶ୍ୱାସ କରୁ। ଏହି ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଲୋକମାନଙ୍କର କଷ୍ଟ ଲାଘବ କରିବା ପାଇଁ ଆମେ କିଛି ପ୍ରଚେଷ୍ଠା କରିଥିଲୁ।ଆଗକୁ ମଧ୍ୟ ଲୋକମାନଙ୍କ ନିମ୍ନରେ ଆମେ ଆମର ସେବା ଜାରି ରଖିବୁ।” ଏହି ପୁରସ୍କାର ପାଇଁ ସେ ଇଣ୍ଡିଆସିଏସଆର ନେଟୱାର୍କକୁ ଧନ୍ୟବାଦ ଜଣାଇଛନ୍ତି।

Chairperson of JSPL Foundation Shallu Jindal honored with Impact Leader Award

କୋଭିଡ-19 ମହାମାରୀର ପ୍ରଭାବ ଏବଂ ଫଳାଫଳକୁ ହ୍ରାସ କରିବାରେ ସରକାର ତଥା ପ୍ରଶାସନକୁ ସହାୟତା କରିବା ପାଇଁ ଶ୍ରୀମତୀ ଜିନ୍ଦଲଜେଏସପିଏଲଫାଉଣ୍ଡେସନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।ତାଙ୍କ ନେତୃତ୍ୱରେ ଜେଏସପିଏଲ୍ ଫାଉଣ୍ଡେସନ୍ ନ୍ୟାସନାଲ ଲକ୍ ଡାଉନ୍ ଘୋଷଣା ପରଦିନ ‘ମିଶନ୍ ଜିରୋ ହଙ୍ଗର’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଏହି କାର୍ଯ୍ୟକ୍ରମରେଓଡିଶା, ଛତିଶଗଡ ଏବଂ ଝାଡ଼ଖଣ୍ଡରେ ଥିବା ଜେଏସପିଏଲ ପାଶ୍ୱବର୍ତୀ ଅଂଚଳରେଫାଉଣ୍ଡେସନ 5 ଲକ୍ଷରୁ ଅଧିକ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ପ୍ରବାସୀ ଶ୍ରମିକ, ଦିନମଜୁରିଆ, ଗରିବ ଲୋକ, ଟ୍ରକଡ୍ରାଇଭର, ଆଶ୍ରୟ ଗୃହରେ ରହୁଥିବା ଲୋକ ଏବଂ ଅନ୍ୟାନ୍ୟ ଲୋକମାନଙ୍କୁପ୍ରଦାନ କରିଥିଲା।ଫାଉଣ୍ଡେସନ ମଧ୍ୟ ନିରବଚ୍ଛିନ୍ନ ଭାବରେ ଉତ୍ତର ଦିଲ୍ଲୀରେ ଦିନକୁ ଦୁଇଥର ହଜାରେ ରୁ ଅଧିକ ପ୍ରବାସୀ ଜନସଂଖ୍ୟାକୁ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲା ।

ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ତିଆରି କରାଯାଇଥିବା ସାନିଟାଇଜର, ହ୍ୟାଣ୍ଡ ୱାସ, ଡିଜେନ୍ଫେକ୍ଟାଣ୍ଟ, ମାସ୍କ ଲୋକ ମାନଙ୍କୁ ମଧ୍ୟ ଯୋଗାଇ ଦିଆଯାଉଥିଲା ।ଏହି ସାନିଟାଇଜର, ହ୍ୟାଣ୍ଡ ୱାସ, ଡିଜେନ୍ଫେକ୍ଟାଣ୍ଟ, ମାସ୍କତିଆରି କରି ଏକ ହଜାରରୁ ଅଧିକ ମହିଳାପ୍ରତିଦିନ କିଛି ରୋଜଗାରନିଶ୍ଚିତ କରିପାରିଥିଲେ।ଜେଏସପିଏଲ ଫାଉଣ୍ଡେସନ ସହିତ ଜଡିତ ହଜାର ହଜାର ଦୁଗ୍ଧ, ପନିପରିବା ଏବଂ ଛତୁ ଚାଷୀଙ୍କୁ ପ୍ଲାଣ୍ଟ ଟାଉନସିପରେ ସେମାନଙ୍କର କୃଷିଉତ୍ପାଦର ବିକ୍ରୟକରିବାରେ ମଧ୍ୟ ଫାଉଣ୍ଡେସନ ସାହାଯ୍ୟ କରିଥିଲା।

ମହାମାରୀରମୁକାବିଲା ପାଇଁ, ମଲ୍ଟି-ସ୍ପେସିଆଲିଟି ଓପି ଜିନ୍ଦଲ ହସ୍ପିଟାଲରେସ୍ୱତନ୍ତ୍ର 133 ଶଯ୍ୟା ଓ 15 ଆଇସିୟୁବ୍ୟବସ୍ଥା କରାଯାଇଥିଲା।ଡାକ୍ତରଖାନା ଏବଂ ବୃତ୍ତିଗତ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଅତିରିକ୍ତ ଭେଣ୍ଟିଲେଟର, ପିପିଏ କିଟ୍, ଅମ୍ଳଜାନ ସିଲିଣ୍ଡର ଏବଂ ଆଇସୋଲେସନ ୱାର୍ଡ ତଥା କୋଭିଡ-19 ଯତ୍ନ କେନ୍ଦ୍ରରମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ଜେଏସପିଏଲ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନ, ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେଅନଲାଇନକ୍ଲାସରେ ମାଧ୍ୟମରେ ଶିକ୍ଷାଦାନ ଜାରି ରଖିଥିଲେ।ସ୍ୱତନ୍ତ୍ର ପିଲାମାନଙ୍କ ପୁନଃଥାଇଥାନ ନିମନ୍ତେ କାର୍ଯ୍ୟ କରୁଥିବା ଆଶା ଦ ହୋପ୍  କେନ୍ଦ୍ର ଗୁଡିକ ଅନଲାଇନ ସେସନଓଘରୋଇ ପରିଦର୍ଶନ କରି 3000 ରୁ ଅଧିକ ପିଲାଙ୍କ ପାଇଁ ବିଶେଷଯତ୍ନ ସୁନିଶ୍ଚିତ କରିଥିଲେ।ଏହି ମହାମାରୀ ତଥାଏହାର ପ୍ରତିରୋଧ ଉପରେ ସମାଜକୁ ସଚେତନ କରିବା ପାଇଁ ଫାଉଣ୍ଡେସନ ଗ୍ରାମାଞ୍ଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା।

ଏହିବିଶ୍ୱ ମହାମାରୀର ମୁକାବିଲା ପାଇଁ ଜେଏସପିଏଲ ପକ୍ଷରୁ 25 କୋଟି ଟଙ୍କାପିଏମ କେୟାର ପାଣ୍ଠିକୁ ପ୍ରଦାନ କରାଯାଇଥିଲା।

କୋଭିଡ-19 ମହାମାରୀର ପ୍ରଭାବକୁ ମୁକାବିଲା କରିବାରେଜେଏସପିଏଲ ଫାଉଣ୍ଡେସନ୍ର ବିଭିନ୍ନ କାର୍ଯ୍ୟକୁ ସ୍ଥାନୀୟ ସମ୍ପ୍ରଦାୟ, ନାଗରିକ ସମାଜ ଏବଂ ପ୍ରଶାସନ ସମେତ ବିଭିନ୍ନ ମହଲ ଦ୍ୱାରା ପ୍ରଶଂସା କରାଯାଇଛି ।

Chairperson of JSPL Foundation Shallu Jindal honored with Impact Leader Award