ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି କୁ ୧ ଲକ୍ଷ ଟଙ୍କା ପ୍ରଦାନ

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ କରୋନା ର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି କୁ ୧ ଲକ୍ଷ ଟଙ୍କାର ଏକ ଡ୍ରାଫ୍ଟ ପ୍ରଦାନ କରାଯାଇଅଛି।

ଏହି ଡ୍ରାଫ୍ଟ କୁ ରାଜ୍ ଭବନ ଠାରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କୁ ଟ୍ରଷ୍ଟ ର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର କର ପ୍ରଦାନ କରିଥିଲେ। ଏହା ସହ ମହାମାରୀ କରୋନା ଅବସରରେ ଟ୍ରଷ୍ଟ ର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କୁ ମହାମହିମ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିବା ସହ ଟ୍ରଷ୍ଟ ର ପ୍ରତିଷ୍ଠାତା ଙ୍କୁ ସାଧୁବାଦ ଜଣାଇଥିଲେ।

ସୂଚନା ଥାଉ କି କିଛି ମାସ ପୂର୍ବରୁ ୨ଥର ମହଙ୍ଗା ଓ କେନ୍ଦ୍ରାପଡା ର କିଛି ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେବା ଅବସରରେ ମହାମହିମ ରାଜ୍ୟପାଳ ସ୍ବର୍ଗତ ବିକଳାନନ୍ଦ କର ଙ୍କ ଦ୍ଵାରା ପ୍ରତିଷ୍ଠିତ ସାଲେପୁର ରସଗୋଲା ପ୍ରତିଷ୍ଠାନ ରେ କିଛି ସମୟ ରହି ଆଥିତିୟତା ଗ୍ରହଣ କରିଥିଲେ। ପୂର୍ବରୁ ଟ୍ରଷ୍ଟ ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।