ଆତଙ୍କବାଦୀ ମାସୁଦର କିଡନୀ ଖରାପ, ପାକ୍ ସେନାର ହସ୍ପିଟାଲରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ୍-ଇ-ମହମ୍ମଦର ସଂସ୍ଥାପକ ମାସୁଦ ଆଝାରର କିଡନୀ ଖରାପ ଥିବା ଖବର ମିଳିଛି । ତାର କିଡନୀ ଖରାପ ଥିବାରୁ ରାୱଲପିଣ୍ଡିର ଏକ ସେନା ହସ୍ପିଟାଲରେ ନିୟମିତ ଡାଇଲିସିସ୍ କରାଯାଉଛି ବୋଲି ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଏହାପୂର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୁଦ୍ କୁରୈସୀ ଜୈଶ୍ ମୁଖ୍ୟ ଅସୁସ୍ଥ ଥିବା କଥା କହିଥିଲେ । ଏହି ସଂପର୍କରେ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି କି, ନିକଟରେ ମିିଳିଥିବା ଖବରରୁ ଜଣାପଡୁଛି କି, ଅଜହରର କିଡନୀ କାମ କରିବା ବନ୍ଦ ହୋଇଯାଇଛି ଏବଂ ତାହାର ପାକିସ୍ତାନୀ ସେନାର ମୁଖ୍ୟାଳୟ ରାୱଲପିଣ୍ଡିର ଏକ ସୈନ୍ୟ ହସପିଟାଲରେ ଚିକିତ୍ସା ଚାଲୁଛି । ତାହାର ନିୟମିତ ଡାଇଲିସିସ୍ କରାଯାଉଛି । କୁରୈସୀ କହିଥିଲେ କି, “ମତେ ମିିଳିଥିବା ସୂଚନା ଅନୁଯାୟୀ, ସେ ପାକିସ୍ତାନରେ ହିଁ ଅଛି । ସେ ଏତେ ଅସୁସ୍ଥ ଯେ, ଘରୁ ବାହାରିବା ସ୍ଥିତିରେ ନାହିଁ । ସେ ବହୁତ ଅସୁସ୍ଥ ।” ପୁଲୱାମାରେ ସିଆରପିଏଫଙ୍କ ଉପରେ ସେ ଆତ୍ମଘାତୀ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୪୦ ଯବାନ ସହିଦ ହୋଇଯାଇଥିଲେ । ଏହି ଘଟଣାର ଦାୟିତ୍ୱ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ନେଇଥିଲା ।