ଭୁବନେଶ୍ବର: ସ୍ମାର୍ଟସିଟିରେ ସେସୁ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେଲା ବିଦ୍ୟୁତ କାଟ ଅଭିଯାନ। ବିଦ୍ୟୁତ କାଟ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଥିବା ବେଳେ ପୂର୍ବ ନିର୍ଦ୍ଧାରିତ ସମାୟନୁଯାୟୀ ଆଜିଠୁ ଭୁବନେଶ୍ବରର ବିଭିନ୍ନ ଅଂଚଳରେ ବକେୟା ବିଲ ପୈଠ କରି ନଥିବା ହିତାଧିକାରୀଙ୍କ ଲାଇନ ସଂଯୋଗକୁ କାଟି ଦିଆଯାଇଛି ।
ଏନେଇ ଏକ ସ୍ପେସିଆଲ ଡ୍ରାଇଭ ଆରମ୍ଭ ହୋଇଛି । ବିଭିନ୍ନ ଡିଭିଜନର ଏସଡିଓ ମାନଙ୍କ ନେତୃତରେ ଏକ ଟିମ ବକେୟା ବିଜୁଳି କର ଆଦାୟ କରୁଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଲାଇନ କଟା ହେଉଛି। ତେବେ ଭୁବନେଶ୍ବରରେ ମୋଟ ୬ ଟି ସବ ଡିଭିଜନ ରହିଛି ।