ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବିବାଦୀୟ ବାଇ ଲ’

ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଜାତୀୟ ସ୍ମାରକୀ ପ୍ରାଧିକରଣ ( ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଶ୍ରୀମନ୍ଦିର ପାଇଁ ଜାରି କରିଥିବା ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର କରାଯାଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହ୍ଲାହ ସିଂହ ପଟେଲ। ଓଡ଼ିଶାର ସାଂସଦମାନେ ଏନଏମଏର ବାଇ ଲ’କୁ ପ୍ରତ୍ୟାହୃତ କରିବାକୁ ଭେଟି ଦାବି ଜଣାଇଥିଲେ। ଉଭୟ ବିଜେଡି-ବିଜେପି ସାଂସଦଙ୍କ ଦାବି ପରେ ବାଇ ଲ’ ପ୍ରତ୍ୟାହୃତ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ସେ ଏହି ଟୁଇଟରେ ପ୍ରକାଶ କରିଛନ୍ତି ଯେ ପ୍ରସ୍ତାବିତ ବାଇ ଲ’ ସଂପର୍କିତ ବିଜ୍ଞପ୍ତି ଏନଏମଏର ଅଧ୍ୟକ୍ଷଙ୍କ ବିନା ଅବଗତିରେ ଜାରି କରାଯାଇଥିବାରୁ ଏହାକୁ ତତ୍କାଳ ପ୍ରତ୍ୟାହାର କରାଯାଊଛି।

ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ଭେଟିଥିଲେ । ସାଂସଦ ଭତ୍ତୃହରି ମହତାବଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ମଣ୍ଡଳ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

centre  withdraw nma porposed bye laws for jagannath temple puri