ଦେଶର ପ୍ରଥମ ସିଡିଏସ୍ ର ଦାୟିତ୍ୱ ନେଲେ ଜେନେରାଲ ବିପିନ୍ ରାୱତ୍

ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସଷ୍ଟାଫ୍ (ସିଡିଏସ୍) ର ଦାୟିତ୍ୱ ନେଲେ ଜେନେରାଲ ବିପିନ ରାୱତ୍ । ଆଗାମୀ ୩ବର୍ଷ ପାଇଁ ସେ ଏହି ପଦବୀରେ ରହି ନିଜର ଦାୟିତ୍ୱ ସଂପାଦନ କରିବେ ।

ନୂତନ ଭାବେ ଗଠିତ ଏହି ସାମରିକ ବ୍ୟାପାର (ମିଲିଟାରି ଆଫାୟାର୍ସ) ବିଭାଗ ସେନାର ତିନି ବିଭାଗ- ସ୍ଥଳ, ବାୟୁ ଓ ନୌ ସେନା- ସହ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରିବ। ଏଥିସହ ଚିଫ୍‌ ଅଫ୍‌ ଡିଫେନ୍ସଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ୍‌ ରାଓ୍ଵତ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କର ପ୍ରମୁଖ ସାମରିକ ପରାମର୍ଶଦାତା ରୂପେ ମଧ୍ୟ କାର୍ଯ୍ୟ କରିବେ। ଏବଂ ତିନି ସେନା ବାହିନୀର ମୁଖ୍ୟମାନଙ୍କୁ ପରାମର୍ଶ ଦେବା ସହ ସେନାର ଆଧୁନିକୀକରଣ ନେଇ ମଧ୍ୟ ସରକାରଙ୍କୁ ପରାମର୍ଶ ଦେବେ।

ଉଲ୍ଲେଖଯୋଗ୍ୟ, ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ଙ୍କୁ ସରକାର ଦେଶର ସର୍ବପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଭାବେ କେନ୍ଦ୍ର ସରକାର ଗତ ସୋମବାର ନିଯୁକ୍ତି ପ୍ରଦାନ କରିଥିଲେ। ଦେଶର ସେନାମୁଖ୍ୟ ଭାବେ ଜେନେରାଲ ରାଓ୍ଵତ୍‌ ନିଜର ୩ ବର୍ଷର ସଂପୂର୍ଣ୍ଣ କାର୍ଯ୍ୟକାଳ ଶେଷକରି ଆଜି ନିଜ ପଦବୀରୁୁ ଅବସର ଗ୍ରହଣ କରିବାକୁ ଥିବାବେଳେ କେନ୍ଦ୍ର ସରକାର ତାଙ୍କୁ ଏହି ନୂତନ ପଦବୀରେ ନିଯୁକ୍ତି ପ୍ରଦାନ କରଥିଲେ।