ବନ୍ୟା ପାଇଁ ଅଗ୍ରୀମ ସହାୟତା: ବିହାର-କର୍ଣ୍ଣାଟକକୁ ୧୮୧୩ କୋଟି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିହାର ଓ କର୍ଣ୍ଣାଟକ ବନ୍ୟା ବିପନ୍ନଙ୍କ ପାଇଁ ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି । ଦୁଇ ରାଜ୍ୟ ପାଇଁ ମୋଟ ୧୮୧୩.୭୫ କୋଟିର ଅଗ୍ରୀମ ସହାୟତା ରାଶିକୁ ମଞ୍ଜୁରୀ ଦେଇଛନ୍ତି ।

ବିହାର ପାଇଁ ୬୧୩.୭୫ କୋଟି ଓ କର୍ଣ୍ଣାଟକ ପାଇଁ ୧୨୦୦ କୋଟିର ସହାୟତା ରାଶିକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଏହାସହ କେନ୍ଦ୍ର ଦ୍ବିତୀୟ କିସ୍ତିରେ ବିହାର ପାଇଁ ୨୧୩ କୋଟିର ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି ।ଏହି ରାଶି ଜାତୀୟ ବିପର‌୍ୟ୍ୟୟ ପ୍ରଶମନ ପାଣ୍ଠି, ଏସଡିଆରଏଫ, ଏନଡିଆରଏଫ ପାଣ୍ଠିର ମାନଦଣ୍ଡ ଆଧାରରେ ପ୍ରଦାନ କରାଯାଇଛି ।