ସରିଲା ଫନି କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମର ଅନୁଧ୍ୟାନ

ଭୁବନେଶ୍ୱର: ଦୁଇ ଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ । ପ୍ରାଥମିକ ଅନୁଧ୍ୟାନ ଅନୁଯାୟୀ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ...

ଭୁବନେଶ୍ୱର: ଦୁଇ ଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ । ପ୍ରାଥମିକ ଅନୁଧ୍ୟାନ ଅନୁଯାୟୀ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ବିଦ୍ୟୁତ ସେବା କ୍ଷେତ୍ରରେ କିଛି ନିୟମ ପରିବର୍ତନ କରିବା ପାଇଁ କେନ୍ଦ୍ରକୁ ସୁପାରିସ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଅନ୍ୟପଟେ, ଭାରତ ସରକାର ସବୁବେଳେ ଓଡିଶା ସରକାରଙ୍କ ସାଥିରେ ଅଛନ୍ତି ବୋଲି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଅଧିକାରୀ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ,  ପ୍ରଥମ ଥର ପାଇଁ ଏଭଳି ହୋଇଛି, ଯେଉଁଥିରେ କି କୌଣସି ଆପଦକାଳୀନ ସ୍ଥିତିର ମାତ୍ର ୧୦ ଦିନ ମଧ୍ୟରେ କୌଣସି କେନ୍ଦ୍ରୀୟ ଦଳ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି । ଆମ ଟିମ୍ ଗତ ଦୁଇ ଦିନ ମଧ୍ୟରେ ବହୁ ଜାଗା ବୁଲି ଦେଖିଛନ୍ତି । ତେବେ ଫନି ଯୋଗୁଁ ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ବାକି ଅଂଚଳରେ ବି ବ୍ୟାପକ କ୍ଷୟ କ୍ଷତି ଘଟିଛି । କିନ୍ତୁ ରାଜ୍ୟ ସରକାର ଯେଉଁ ଗତିରେ କାମ କରିଛନ୍ତି ତାହା ନିଶ୍ଚୟ ପ୍ରଶଂସାଯୋଗ୍ୟ ।ଲୋକଙ୍କୁ ତତ୍କାଳୀନ ରିଲିଫ୍ ସାମଗ୍ରୀ ମିଳିଛି । ତେବେ ସେ ଖାଦ୍ୟ ପଦାର୍ଥ ହେଉ, କିମ୍ବା ଟଙ୍କା , କିମ୍ବା ରହିବା ପାଇଁ ବ୍ୟବସ୍ଥା, ଏସବୁକୁ ରାଜ୍ୟ ସରକାର  ଦ୍ରୁତ ଗତିରେ କରିଛନ୍ତି । ଖାଲି ଏତିକି ନୁହେଁ, ଆଗକୁ କଣ କରାଯିବ, ସେ କାମରେ ବି ସରକାର ଲାଗି ପଡିଛନ୍ତିି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ସହାୟତା କରିବେ ବୋଲି କହିଛନ୍ତି ବାତ୍ୟା ଅନୁଧ୍ୟାନ ପାଇଁ ଓଡିଶାଗସ୍ତରେ ଆସିଥିବା କେନ୍ଦ୍ରୀୟ ଅଧିକାରୀ ।ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳର ବାତ୍ୟା ପରର ସ୍ଥିତି ଅନୁଧ୍ୟାନ କରିଥିଲେ କେନ୍ଦ୍ରୀୟ ଟିମ୍ । ଆଜି ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଯାଇ କ୍ଷୟକ୍ଷତିର ଆକଳନ କରିଥିଲେ । ଏହାପୂର୍ବରୁ କଟକ ଜିଲ୍ଲାରେ ବିଭିନ୍ନ ଅଚଂଳ ଓ କଣ୍ଟାପଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଥିଲେ କେନ୍ଦ୍ରୀୟ ଟିମ । ନିଆଳି ଓ ବେଗୁନିଆରେ ବି କ୍ଷୟକ୍ଷତିର ଆକଳନ କରିଥିଲା ଟିମ । ଏହି ସମୟରେ କେନ୍ଦ୍ରୀୟ ଟିମର ସଦସ୍ୟମାନେ ବାତ୍ୟା ପୀଡିତ ପରିବାରମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ଦିନରେ କେନ୍ଦ୍ରୀୟ ଟିମ୍ ଖୋର୍ଦ୍ଧା ଓ ପୁରୀରେ କ୍ଷୟକ୍ଷତି ଆକଳନ କରିଥିବା ବେଳେ ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ଏବଂ ପରେ ପୁନରୁଦ୍ଧାର ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ ।

Spread the love
Categories
ଓଡିଶା

RELATED BY

  • ଗାଁକୁ ଫେରିଯିବ ଜଗା, କାଳିଆ ବି ଡିସଚାର୍ଜ ହେବ

    କଟକ: ଜଗା ଫେରିଯିବ ଗାଁକୁ। କନ୍ଧମାଳର ଫିରିଙ୍ଗିଆରେ ଥିବା ତାର ଗାଁକୁ ନେଇଯିବା ପାଇଁ ଯୋଜନା କରିଛନ୍ତି ତାଙ୍କ ପରିବାର। ଏନେଇ ଏସ୍‌ସିବି ଅଧୀକ୍ଷକଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି ଜଗାର ମା ପୁଷ୍ପାଞ୍ଜଳି କହଁର। ଅନ୍ୟପଟେ ଏସସିବି କର୍ତ୍ତୃପକ୍ଷ...
  • ଆଜି ସରିବ କଟକ ବାଲିଯାତ୍ରା

    କଟକ: କଟକର ଐତିହାସିକ ବାଲିଯାତ୍ରା ଆଜି ୮ ଦିନ ଅତିକ୍ରାନ୍ତ କରିଛି। ୮ମ ସଂଧ୍ୟାରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କେ.କେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ନିଜ ସଂଗୀତର ଯାଦୁ ଦେଖାଇଛନ୍ତି। ବାଲିଯାତ୍ରା ପଡିଆରେ ଆଜି ଅପେକ୍ଷାକୃତ କମ୍‌ ଭିଡ଼...
  • ଆଜି ପ୍ରଥମାଷ୍ଟମୀ

    ପୁରୀ:ଆଜି ପ୍ରଥମାଷ୍ଟମୀ । ଏହି ଅବସରରେ ଓଡ଼ିଆ ଘରର ବଡ଼ ପୁଅ କିମ୍ବା ଝିଅଙ୍କୁ ପୂଜାର୍ଚ୍ଚନା କରିବା ସହ ନୂଆ ବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଗାଁଠାରୁ ସହର। ଘରେ ଘରେ ହଳଦି ପତ୍ର...
  • ଇମ୍ଫା ଓ ଏନ୍‌ଆଇଟି ମଧ୍ୟରେ ଚୁକ୍ତି

    ଭୁବନେଶ୍ୱର: ଇଣ୍ଡିଆନ ମେଟାଲ୍ସ ଓ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ପ୍ରତିଷ୍ଠାତା ସ୍ୱର୍ଗତ ଡ. ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ସ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି) ରାଉରକେଲାରେ ଏକ ସ୍ୱର୍ଣ୍ଣପଦକ ପ୍ରତିଷ୍ଠା କରିବା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଚୁକ୍ତି...