ରାଜ୍ୟକୁ ଙ୍ଗନବାଡି କର୍ମୀଙ୍କ ବର୍ଧିତ ପାରିଶ୍ରମିକ ଅର୍ଥ ପ୍ରଦାନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା

ଭୁବନେଶ୍ୱର : ଦେଶର ଓଡିଶା ସମେତ ସବୁ ରାଜ୍ୟରେ ଅଙ୍ଗନବାଡି ସେବା ଅଧୀନରେ କାମ କରୁଥିବା ଅଙ୍ଗନବାଡୀ କର୍ମୀ ଏବଂ ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧିକୁ ୧ ଅକ୍ଟୋବର ୨୦୧୮ରୁ କେନ୍ଦ୍ର ସରକାରଙ୍କ ତରଫରୁ ଲାଗୁ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଗତ ବର୍ଷ ୨୦ ସେପ୍ଟେମ୍ବର ୨ରେ ସବୁ ରାଜ୍ୟକୁ ପତ୍ର ମାଧ୍ୟମରେ ଏବିଷୟରେ ଅବଗତ କରାଯାଇଛି ବୋଲି ମହିଳା ଓ ଶିଶୁ ବିକାଶ ମବୀ ଶ୍ରୀମତୀ ମେନକା ଗାନ୍ଧୀ ପ୍ରକାଶ କରିଛନ୍ତି । କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଗତ ୨୫ ଜାନୁଆରୀରେ ଲେଖା ଯାଇଥିବା ପତ୍ରର ଉତରରେ ଶ୍ରୀମତୀ ଗାନ୍ଧୀ ଏହି ସୂଚନା ଦେଇଛନ୍ତି ।


ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଓ ଖାଲି ପଦବୀ ପୂରଣ ସମ୍ପର୍କିତ କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତର ଦେଲେ ମେନକା
ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ସମ୍ପର୍କିତ ନିଷ୍ପତିକୁ ଓଡିଶା ସମେତ ଅନ୍ୟ ରାଜ୍ୟଙ୍କୁ ଜଣାଇ ଦିଆ ଯାଇଛି – ମେନକା ଗାନ୍ଧୀ
• ବର୍ଧିତ ପାରିଶ୍ରମିକ ପାଇଁ କେନ୍ଦ୍ରର ଅଂଶ ପାଇଁ ଚଳିତ ଆର୍ଥିକ ବର୍ଷର ତୃତୀୟ ଓ ଚତୁର୍ଥ କ୍ୱାଟରର ଅର୍ଥ ଓଡିଶାକୁ ଜାରି କରାଯାଇ ସାରିଛି

ସେ ଏହି ପତ୍ରରେ ଆହୁରି କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ପାଇଁ ବର୍ଦ୍ଧିତ ପାରିଶ୍ରମିକ ବାବଦକୁ ତୃତୀୟ ଏବଂ ଚତୁର୍ଥ
କ୍ୱାଟର୍ସ ପାଇଁ କେନ୍ଦ୍ର ସରକାରଙ୍କ ଅଂଶ ବାବଦରେ ଓଡିଶାକୁ ୧୬୬୯୪.୩୮ ଲକ୍ଷ ଟଙ୍କା ଜାରି କରାଯାଇଛି ।
ଶ୍ରୀମତୀ ଗାନ୍ଧୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡିଥିବା ଅଙ୍ଗନବାଡି
ପଦବୀ ଗୁଡିକୁ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ବାରମ୍ବାର ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ
ଅଂଚଳ ମାନଙ୍କୁ ଅନୁରୋଧ କରୁଛନ୍ତି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଏ ସମ୍ପର୍କରେ କ୍ଷମତା
ଦେବାକୁ ମଧ୍ୟ ଅନୁରୋଧ କରା ଯାଇଥିବା ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।