ଆଜିଠୁ ଦେଶବ୍ୟାପୀ ଲାଗୁ ହେବ ଫାସଟ୍ୟାଗ୍ ସିଷ୍ଟମ୍ ଲାଗୁ

ନୂଆଦିଲ୍ଲୀ: ଆଜି ମଧ୍ୟରାତ୍ରୀରୁ ଦେଶବ୍ୟାପୀ ଫାସଟ୍ୟାଗ୍ ସିଷ୍ଟମ ଲାଗୁ ହେବାକୁ ଯାଉଛି । ଟୋଲ ପ୍ଲାଜାରେ ଗମନାଗମନକୁ ସୁବିଧା କରିବା ଓ ଟୋଲ ଟ୍ୟାକ୍ସକୁ ସହଜ କରିବା କରିବା ପାଇଁ ଏହି ନିୟମ ଲାଗୁ ହେବ । ଏ ନେଇ ଶନିବାର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଦ୍ୱାରା ବିଜ୍ଞପ୍ତି ଜାରି ହୋଇଛି । ପୂର୍ବରୁ ଏହି ନିୟମ ଡିସେମ୍ବର ୧ରୁ ଲାଗୁ ହେବାର ଥିଲା, ମାତ୍ର ତାହା ବୃଦ୍ଧି କରାଯାଇ ୧୫ ତାରିଖକୁ କରି ଦିଆଗଲା ।

ନ୍ୟାସନାଲ ଇଲେକଟ୍ରୋନିକ ଟୋଲ କଲେକଶନ ସଡ଼କ ପରିବହନ ଏବଂ ଜାତୀୟ ରାଜପଥର ଏକ ଫ୍ଲଗଶିପ କାର୍ଯ୍ୟକ୍ରମ ଅଟେ । ଏହାରି ମାଧ୍ୟମରେ ଟ୍ରାଫିକ ମୁଭମେଣ୍ଟକୁ ସହଜ କରିବା ଏବଂ ରେଡିଓ ଫ୍ରିକ୍ୟୁଏନ୍ସ ଆଇ ଡେଂଟିଫିକେଶନ ଟେକ୍ନୋଲୋଜୀ ମାଧ୍ୟମରେ ଟୋଲ ଆଦାୟ କରାଯାଇଥାଏ ।

ଫାସଟ୍ୟାଗ୍ କୁ ସାର୍ଟିଫାଇଡ ବ୍ୟାଙ୍କ ଜାରି କରିଥାଏ ଏବଂ ଏହାର ଅଧିକ ରାଶି ୧୦୦ ଟଙ୍କା ହୋଇପାରେ, ଯାହାକୁ ନ୍ୟାଶନାଲ ପେମେଂଟ କର୍ପୋରେଶନ ଅଫ ଇଣ୍ଡିଆ (ଏନପିସିଆଇ) ଧାର୍ଯ୍ୟ କରିଥାଏ । ମାତ୍ର ଟ୍ୟାଗ ଜାରି କରିବା ବାସ୍ତବିକ ଦର ବ୍ୟାଙ୍କ ନିଷ୍ପତି ନେଇଥାଏ ଏବଂ ଭିନ୍ନ ଭିନ୍ନ ବ୍ୟାଙ୍କରେ ଏହାର ଦର ଅଲଗା ହୋଇପାରେ ।

ଉଦାହରଣ ସ୍ୱରୂପ ଏଚଡିଏଫସି ବ୍ୟାଙ୍କ କୌଣସି କାର ପାଇଁ ଫାସଟ୍ୟାଗ୍ କୁ ଏଭଳି ଭାବେ ୪୦୦ ଟଙ୍କାରେ ବିକ୍ରି କରିପାରେ ।